ଏବେ ଫଟୋ ଉଠାଇବାକୁ ମନାକଲେଣି ତୈମୁର

ସୈଫ୍‌ଅଲ୍ଲୀ ଖାନ୍‌ ଏବଂ କରୀନା କପୁରଙ୍କ ପୁଅ ତୈମୁରଙ୍କୁ ଦେଖିଲେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ନେବାକୁ ଭିଡ଼ ଜମାଇଥାନ୍ତି। ସ୍କୁଲ ହେଉ କି ଏୟାରପୋର୍ଟ ଯେଉଁଠି ତୈମୁରଙ୍କ ଉପରେ ନଜର ପଡ଼ିଲା ଫଟୋ ଉଠାଇବା ସୁଯୋଗ ହାତଛଡ଼ା କରନ୍ତି ନାହିଁ। ତୈମୁର ବି କ୍ୟାମେରାକୁ ଦେଖିବା କ୍ଷଣି ଭିନ୍ନ ଭିନ୍ନ ଶୈଳୀରେ ଫଟୋ ଉଠାଇ ବେଶ୍‌ ଖୁସି ହୁଅନ୍ତି। କିନ୍ତୁ ଏବେ ଫଟୋଗ୍ରାଫରଙ୍କୁ ଦେଖି ମନାକଲେଣି। ପୂର୍ବରୁ ସୈଫ୍‌ ଫଟୋଗ୍ରାଫରଙ୍କୁ ଅନୁରୋଧ କରୁଥିଲେ ଛୋଟପିଲାଙ୍କର ବାରମ୍ବାର ଫଟୋ ଉଠାଇଲେ ତାଙ୍କ ଆଖି ଉପରେ ପ୍ରଭାବ ପଡ଼ିବ। ତୈମୁର କିନ୍ତୁ ପିତାଙ୍କ କଥା ବୁଝିପାରୁ ନ ଥିଲେ। ଏବେ ନିଜେ ଫଟୋଗ୍ରାଫରଙ୍କୁ ଅନୁରୋଧ କରିବା ଶିଖିଗଲେଣି। କ୍ୟାମେରା ଦେଖିଲେ ନୋ ଫଟୋ ପ୍ଲିଜ୍‌ କହୁଛନ୍ତି। ଏ କଥା ଏକ ସାକ୍ଷାତକାରରେ ସୈଫ୍‌ କହିଛନ୍ତି।

Share