Categories: ଜାତୀୟ

ଏବେ ବି ବଙ୍ଗଳା ଛାଡ଼ି ନାହାନ୍ତି ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ,୭ା୧୦(ପି.ଟି.): ଷୋଡ଼ଶ ଲୋକ ସଭା ଭଙ୍ଗ ହେବା ୫ ମାସ ବିତିଲାଣି। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଏବେ ବି ପାଖାପାଖି ୫୦ ପୂର୍ବତନ ଏମ୍‌ପି ସରକାରୀ ବଙ୍ଗଳା ଛାଡ଼ିନାହାନ୍ତି। ସର୍ବସାଧାରଣ ଜାଗାରୁ ବେଆଇନ ଦଖଲ ଉଚ୍ଛେଦ ଲାଗି ଥିବା ଆଇନ ବଳରେ ଉକ୍ତ ଏମ୍‌ପିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ବିଚାର କରୁଛନ୍ତି। ଏହି ନୂଆ ଆଇନ ଅନୁଯାୟୀ ସରକାର ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇ ୩ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କହିପାରିବେ। ଯଦି ସେମାନେ ତୁରନ୍ତ ବଙ୍ଗଳା ଖାଲି ନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ସହ ବଳପୂର୍ବକ ବାହାର କରିଦିଆଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି। ସପ୍ତାହେ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ଅଗଷ୍ଟ ୧୯ରେ ପ୍ରାୟ ୨୦୦ ପୂର୍ବତନ ଏମ୍‌ପିଙ୍କୁ ଲୋକ ସଭା ହାଉସିଂ କମିଟି ନିର୍ଦ୍ଦେଶ ଦେଇଥିଲା।

Share