ଏବେ ମଧ୍ୟପ୍ରଦେଶ ଫେରିବନି ‘ସୁନ୍ଦରୀ’

ଭୁବନେଶ୍ୱର,୫।୨(ବ୍ୟୁରୋ): ସାତକୋଶିଆରୁ ବାଘୁଣୀ ‘ସୁନ୍ଦରୀ’ କାହ୍ନା ଅଭୟାରଣ୍ୟ ଫେରିଯିବା ନେଇ ବିଭିନ୍ନ ପ୍ରକ୍ରିୟା ଚାଲିଥିବା ବେଳେ ଏବେ ଏହା ବିଳମ୍ବ ହୋଇପାରେ। ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସ୍ଥାନାନ୍ତର କରାଯିବ। ଏ ନେଇ ଚିଫ୍‌ ଓ୍ବାଇଲ୍ଡ ଲାଇଫ୍‌ ଓ୍ବାର୍ଡେନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ସୁନ୍ଦରୀକୁ ଫେରାଇ ନେବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବୀର ବାଘର ମୃତ୍ୟୁ ଏବଂ ସୁନ୍ଦରୀ ବାଘୁଣୀକୁ ପରିଚାଳନାରେ ବିଫଳତା ପାଇଁ ଏନ୍‌ଟିସିଏ ଓଡ଼ିଶା ବନ ବିଭାଗକୁ ଦାୟୀ କରିଥିଲା।

Share