ଏବେ ଲୁଚାଛପାର ସମୟ ନୂହେଁ, ଧାର୍ମିକ ନେତାମାନେ ସନ୍ଦିଗ୍ଧଙ୍କୁ ବୁଝାଇ ଆଗକୁ ଆସିବାକୁ କୁହନ୍ତୁ : ବାଗଚି

ଭୁବନେଶ୍ବର, ୪।୪(ବ୍ୟୁରୋ) : ବର୍ତ୍ତମାନ ସମୟରେ ସାମାଜ ଆତଙ୍କିତ ଅବସ୍ଥାରେ ରହିଛି । ଏଣୁ ଦିଲ୍ଲୀ ନିଜ୍ଜାମୁଦ୍ଦୀନ ଧର୍ମସଭାରେ ଯୋଗ ଦେଇ ଓଡିଶାକୁ ଫେରିଥିବା ବ୍ୟକ୍ତି ନିର୍ଭୟରେ ଆଗକୁ ଆସନ୍ତୁ । ଏବେ ଲୁଚାଛପାର ସମୟ ନୂହେଁ । କାରଣ ସେଠାକୁ ଯାଇଥିବା ବ୍ୟକ୍ତି ସଂକ୍ରମିତ ହେବାକୁ ଯାଇ ନ ଥିଲେ କିମ୍ବା ସଂକ୍ରମଣ ଆଣିବାକୁ ଯାଇ ନ ଥିଲେ। ସେଥିପାଇଁ ସେମାନେ ଲଜ୍ଜା ଅଥବା ଭୟ କରିବାର କୌଣସି କାରଣ ନାହିଁ । ଏପରି କଲେ ସେମାନଙ୍କର ପରିବାର ଓ ପରିଜନ ବୁଡିଯିବେ । ଏହାଛଡା ଗୋଷ୍ଠୀ ଏବଂ ଧାର୍ମିକ ନେତାଙ୍କୁ ଅନୁରୋଧ ସେମାନେ ସନ୍ଦିଗ୍ଧ ମାନଙ୍କୁ ବୁଝାଇ ଆଗକୁ ଆସିବାକୁ କୁହନ୍ତୁ l ଏହି ଦାୟିତ୍ଵ କେବଳ ସରକାରଙ୍କ ନୂହେଁ ଆପଣଙ୍କର ମଧ୍ୟ ବୋଲି ଗୀତଗୋବିନ୍ଦ ସଦନରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।
ପ୍ରକାଶ ଯେ, ଇତି ମଧ୍ୟରେ ୨୮ ଜଣଙ୍କ ସହ ଯୋଗାଯୋଗ କରଯାଇଛି। ସମସ୍ତଙ୍କର ନମୂନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ୨୫ଙ୍କ ନେଗଟିଭ୍ ଆସିଛି l ୩ ଜଣ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି l ସେମାନେ କଟକ, ଯାଜପୁର, ପୁରୀ ଅଞ୍ଚଳର l ଆହୁରି ଅଧିକ ଲୋକଙ୍କ ସଂକ୍ରମିତ ହେବାର ଆଶଙ୍କା ରହିଛି l ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉକ୍ତ ଧର୍ମସଭାକୁ ଯାଇଥିବା ତଥା ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କୁ ୧୦୪ ନମ୍ବରରେ ଫୋନ କରି ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେମାନେ ନିଜେ ନିଜେ ସ୍ଵେଚ୍ଛାକୃତ ଭାବେ ଚିହ୍ନଟ ହେବାକୁ କୁହାଯାଇଛିl ଆବଶ୍ୟକସ୍ଥଳେ ସରକାର ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ। ଯଦି ସେପରି କେହି ବ୍ୟକ୍ତି ଅଛନ୍ତି ତେବେ ସେ ୨୪ ଘଣ୍ଟା ମଧ୍ୟରେ ନିର୍ଭୟରେ ଆଗକୁ ଆସନ୍ତୁ। ଏପରିକି ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକ ଯଥା ମାଆ ଭଉଣୀ ମାନଙ୍କୁ ଲୋକଙ୍କୁ ବୁଝାଇ ଆଗକୁ ଆଣିବାକୁ କହିଛନ୍ତି ବୋଲି ବାଗଚି କହିଛନ୍ତି l

Share