Categories: ଜାତୀୟ

ଏବେ ସମାନ ନାଗରିକ ସଂହିତା ଓ ଅଯୋଧ୍ୟା ପ୍ରସଙ୍ଗ ଉପରେ ମୋଦି ସରକାରଙ୍କ ନଜର !

ନୂଆଦିଲ୍ଲୀ,୬।୮: ତିନି ତଲାକ୍‌ ପରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର। ଏବେ ମୋଦି ସରକାର ଦେଶରେ ସମାନ ନାଗରିକ ସଂହିତା ପ୍ରଣୟନ ଏବଂ ଅଯୋଧ୍ୟା ପ୍ରସଙ୍ଗ ଉପରେ ନଜର ରଖିଥିବା କୁହାଯାଉଛି। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭାଜପାର ମୁଖ୍ୟ ଲକ୍ଷ୍ୟ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଅପରପକ୍ଷରେ ଦେଶରେ ସମାନ ନାଗରିକ ସଂହିତା ଅନ୍ତର୍ଗତ ଏକ ଦେଶ ଏକ ଆଇନ ବ୍ୟବସ୍ଥାକୁ ପ୍ରଣୟନ କରିବା ଉପରେ ମୋଦି ସରକାର ଜୋର୍‌ ଦେବାର ଯଥେଷ୍ଟ ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକ କହିଛନ୍ତି।

Share