ଉଦୟପୁର,୨୭।୫: ଭାଜପାର ବିପୁଳ ବିଜୟ ପରେ ଆର୍ଏସ୍ଏସ୍ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ଏହି ମର୍ମରେ ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗଓ୍ବତ୍ ରାମ ମନ୍ଦିର ସମ୍ପର୍କରେ ସବୁଜ ସଙ୍କେତ ଦେଇଛନ୍ତି। ସେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବେ ରାମଙ୍କ କାମ ହେବ। ତେବେ କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ ସୁପ୍ରିମ୍କୋର୍ଟ ରାୟ ଅନୁସାରେ କରାଇବାକୁ ଉଚିତ ମନେ କରୁଛନ୍ତି। ସେହିପରି ଆରକ୍ଷଣ ଉପରେ ସେ କହିଛନ୍ତି ଯେ, ଉପଯୁକ୍ତ ବ୍ୟକ୍ତି ଅଥବା ବର୍ଗଙ୍କ କ୍ଷେତ୍ରରେ ଏହା ଲାଗୁହେବା ଆବଶ୍ୟକ।