Advertisement

ଏଭଳି ବଡ଼ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ରାତ୍ରଭୋଜନ ପରେ ଖାଆନ୍ତୁ ଏହାକୁ…

ଗୁଡ଼ ଅନେକ ପୋଷକ ତତ୍ତ୍ୱରେ ଭରପୁର। ପ୍ରତିଦିନ ରାତ୍ରଭୋଜନ ପରେ ଅଭ୍ୟାସ କରି ଫାଳେ ଗୁଡ଼ ଖାଇଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଡାଇବେଟିସ୍‌ରୁ ଦୂରେଇ ରଖିବା ସହିତ ରକ୍ତରେ କୋଲେଷ୍ଟରଲ ମାତ୍ରାକୁ ନିୟନ୍ତ୍ରିତ କରେ। ଫଳରେ ହାର୍ଟଆଟାକ୍‌ ଭଳି ବଡ଼ ସମସ୍ୟାରୁ ମୁକ୍ତି ମିଳିଥାଏ। ତେଣୁ ଗୁଡ଼କୁ ସୁପରଫୁଡ୍‌ ମଧ୍ୟ କୁହାଯାଏ । ଏହା ମିଠା ଲାଗୁଥିଲେ ମଧ୍ୟ ଏଥିରେ ଶର୍କରାର ମାତ୍ରା ବହୁତ କମ୍‌ ରହିଥାଏ । ଏହା ସହିତ ଏହା ବିଭିନ୍ନ ଖଣିଜ ପଦାର୍ଥରେ ଭରପୁର। ଗୁଡ଼ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ସୁସ୍ଥ ନିରାମୟ ଜୀବନଯାପନ ପାଇଁ ଅଭ୍ୟାସ କରି ଗୁଡ଼ ଖାଇବାକୁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share