ଏଭଳି ଶୋଇଲେ ଶରୀର ଉପରେ ପଡ଼େ ଖରାପ ପ୍ରଭାବ…

ଶୋଇବାର କେତେକ ସାଧାରଣ ନିୟମ ରହିଛି। ଏହାକୁ ପାଳନ କଲେ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ। ପେଟ ମାଡ଼ିହୋଇ ଶୋଇବା ଦ୍ୱାରା ବହୁ ସମସ୍ୟା ଦେଖାଦେଇଥାଏ। ଏହାଯୋଗୁ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇଥାଏ। ସେହିପରି ଏଭଳି ଶୋଇବା ଅଭ୍ୟାସ ଯୋଗୁ ଖାଦ୍ୟ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଏପରି ଶୋଇଲେ ମୁହଁ ଆବଶ୍ୟକ ପରିମାଣର ଅକ୍ସିଜେନ୍‌ ପାଇ ନ ପାରିବାରୁ ବ୍ରଣ ଉଠିଥାଏ। ପେଟେଇ ହୋଇ ଶୋଇଲେ ମେରୁଦଣ୍ଡରେ ଯନ୍ତ୍ରଣା ହେବା ସହିତ ମୁଣ୍ଡ ବିନ୍ଧା ହୋଇଥାଏ। ବେଳେବେଳେ ବେକ ପଛପଟେ ଯନ୍ତ୍ରଣା ହୋଇଥାଏ। ତେଣୁ ଏଭଳି ଶୋଇବାକୁ ଚିକିତ୍ସକ ବାରଣ କରିଥାନ୍ତି।

Share