ଏମକେସିଜିରେ ଭୁବନେଶ୍ୱର ଫେରନ୍ତା କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୭ା୪- କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ଓଡ଼ିଶାରେ ବଢିବାକୁ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚତ୍ଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ଭରସାଯୋଗ୍ୟ ଏମ୍‌କେସିଜି ମେଡିକାଲରେ ଦିନକୁ ଦିନ କରୋନା ସନ୍ଦିଗ୍ଧ ସ୍ବାବ ପରୀକ୍ଷା ପାଇଁ ଭର୍ତ୍ତି ହେଉଛନ୍ତି। ଏହି ଧାରାରେ ସୋମବାର ମହାରାଷ୍ଟ୍ର ପୁନେରୁ ଗତ ୨୦ ତାରିଖରେ ଫେରିଥିବା ଦିଗପହଣ୍ଡି ବ୍ଲକ ଡେଙ୍ଗାପଦର ଗ୍ରାମର ଜଣେ ବ୍ୟକ୍ତି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେହିପରି ଗତ ୨୯ ତାରିଖରେ ଭୁବନେଶ୍ୱରରୁ ଫେରିଥିବା ଜଣେ କରୋନା ସନ୍ଦିଗ୍ଧ ମଙ୍ଗଳବାର ସକାଳେ କଶ ଓ ଜ୍ୱରରେ ଆକ୍ରାନ୍ତ ହୋଇ ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ସୋମବାର ମେଡିକାଲରେ ଭର୍ତ୍ତି ହୋଇଥିବା ସନ୍ଦିଗ୍ଧଙ୍କ ସ୍ବାବ ଟେଷ୍ଟ ପାଇଁ ଭୁବନେଶ୍ୱର ସ୍ଥିତ ଆରଏମଆରସିକୁ ପଠାଯାଇଥିବା ମେଡିକାଲ ଅଧିକ୍ଷକ ପ୍ରଫେସର ଡ଼.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ସେହିପରି ମଙ୍ଗଳବାର ଭର୍ତ୍ତି ହୋଇଥିବା ସନ୍ଦିଗ୍ଧଙ୍କ ସ୍ବାବ ଟେଷ୍ଟ ପାଇଁ ରିପୋର୍ଟ ପଠାଯିବ ବୋଲି ସେ କହିଛନ୍ତି। ଆଇସିଏମ୍‌ଆର ଠାରୁ ଅନୁମତି ମିଳିଲେ ଏମ୍‌କେସିଜି ମେଡିକାଲରେ ସ୍ଥାପିତ ହୋଇଥିବା ପାଲିମେରାଇଜ ଚେନ୍‌ ରିଆକ୍ସନ (ପିସିଆର) ମେସିନରେ କୋଭିଡ଼-୧୯ ତଥା କରୋନା ପରୀକ୍ଷା ଖୁବଶୀଘ୍ର ଆରମ୍ଭ ହୋଇଯିବ ବୋଲି ମେଡିକାଲ ଅଧୀକ୍ଷକ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟରେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ, ମେଡିକାଲରେ ଉତ୍ତେଜନା, ପୋଲିସ ମୁତୟନ

ଭଦ୍ରକ,୨୪।୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟରେ ଚାପି ହୋଇ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଛି l ଘଟଣାକୁ ନେଇ ମେଡିକାଲ ପରିସରରେ...

ସାଙ୍ଗ ହୋଇ ଖେଳୁଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ବାସୁଦେବପୁର,୨୪।୪ (କାଳିପଦ ରାୟ): ପୋଖରୀରେ ବୁଡ଼ିଗଲେ ଦୁଇଭଉଣୀ। ଉଦ୍ଧାର କରାଯାଇ ମେଡିକାଲ ଅଣାଯାଇଥିଲେ ହେଁ ବଞ୍ଚାଯାଇପାରି ନ ଥିଲା। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ...

ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଦିନ୍ଦା କରାଯାଇଛି। ଏଥିସହିତ ଗୁରୁବାର...

ପରକୀୟା ପ୍ରୀତି ସନ୍ଦେହ, ପଥରରେ ଛେଚି ଛେଚି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ

ପାଲଘର,୨୪।୪: ମହାରାଷ୍ଟ୍ରର ପାଲଘର ଜିଲାରେ ଜଣେ ୫୫ ବର୍ଷୀୟ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଅନୈତିକ ସମ୍ପର୍କର ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।...

Pakistan Google Trends: ପାକିସ୍ତାନ ଛାନିଆ, ଆତଙ୍କୀ ଆଟାକ୍‌ ପରେ ଗୁଗଲରେ ଏସବୁ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତକୁ ଦୋହଲାଇ ଦେଇନଥିଲା, ଏହାର ପ୍ରଭାବ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖାଯାଉଛି। ଆକ୍ରମଣ ସମ୍ପର୍କରେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଏତିକି ବଢ଼ିପାରେ ଆପଣଙ୍କ ଦରମା

ନୂଆଦିଲ୍ଲୀ,୨୪।୪: ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ସେମାନଙ୍କ ଦରମାରେ ଏକ ବଡ଼ ବୃଦ୍ଧି ଘଟିବ।...

୫ ହତ୍ୟାକାରୀ, ୩ ସ୍ଥାନରେ ୧୦ ମିନିଟ୍ କରିଥିଲେ ଗୁଳିବର୍ଷା: ସାମ୍ନାକୁ ଆସିଲା ପହଲଗାମ ଆକ୍ରମଣର ଛାତିଥରା ତଥ୍ୟ

ନୂଆଦିଲ୍ଲୀ,୨୪।୪: ମଙ୍ଗଳବାର ଅପରାହ୍ନରେ ବୈସରଣ ମେଦୋରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ, ଯାହା ୨୬ ଜଣଙ୍କ ଜୀବନ ନେଇଛି, ତା’ର ତଦନ୍ତରୁ ଭୟଙ୍କର ଘଟଣାବଳୀ ସାମ୍ନାକୁ...

ସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ୫ ନକ୍ସଲ ନିହତ, ୧,୦୦୦ଙ୍କୁ ଘେରି ରହିଛନ୍ତି ୨୦,୦୦୦ ସୈନ୍ୟ

ବିଜାପୁର,୨୪।୪: ଦେଶରେ ଏଯାଏଁ ହୋଇଥିବା ସର୍ବବୃହତ ନକ୍ସଲ ବିରୋଧୀ ଅପରେସନ ବୋଲି କୁହାଯାଉଥିବା ଏହି ଅଭିଯାନରେ, ତିନୋଟି ରାଜ୍ୟର ୨୦,୦୦୦ରୁ ଅଧିକ ସୁରକ୍ଷା କର୍ମୀ ଛତିଶଗଡ଼ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image