ଏମଜିଏନଆରଇଜିଏସ୍‌ରେ ଶ୍ରମିକଙ୍କୁ ମିଳୁନି ପ୍ରାପ୍ର୍ୟ: ପିଡି ଡିଆର୍‌ଡିଏଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୨୮।୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାର ନର୍ଲା ବ୍ଲକରେ ଏମଜିଏନଆରଇଜିଏସ୍‌ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ୧୨ ଜଣ ଶ୍ରମିକ ପିଡି ଡିଆର୍‌ଡିଏଙ୍କୁ ଲିଖିତ ଅଭିଯୋଗ କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତିା ଟଙ୍କା ମଞ୍ଜୁର, ପଞ୍ଚାୟତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ବ୍ଲକର ସେରଗଡ ପଞ୍ଚାୟତର ସିରିପାଲି ଗ୍ରାମର ୧୨ ଜଣ ଶ୍ରମିକ ଗତ ୨୦୧୮ ମାର୍ଚ୍ଚ ୨୮ ତାରିଖରେ ଏମଜିଏନଆରଇଜିଏସରେ ଉପରମୁଣ୍ଡାରେ ମାଟି କାମ କରିଥିଲେ । ତେବେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଏ ନେଇ ସେମାନେ ଅନେକଥର ସେରଗଡ ପଞ୍ଚାୟତ ପିଇଓ, ସହକାରୀ ଯନ୍ତ୍ରୀ, ସରପଞ୍ଚ ଓ ଜିଆରଏସ୍‌ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଟଙ୍କା ମିଳି ନ ଥିବା ଜଣାଇବା ପରେ ସେମାନେ ଶ୍ରମିକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଦାବିପତ୍ର ପ୍ରଦାନ ସମୟରେ ସାହେବ ରଣା, ବ୍ରଜବନ୍ଧୁ ବାଗ, ଗଦନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।