ଏମାନେ ସୁନ୍ଦରୀ ଅଭିନେତ୍ରୀ , କିନ୍ତୁ ପରଦାରେ ଫ୍ଲପ

ବଲିଉଡ୍‌ର ଏମିତି କିଛି ଅଭିନେତ୍ରୀ ଯିଏ ରୂପ ଲାବଣ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। କିନ୍ତୁ ପରଦାରେ ଫ୍ଲପ ହୋଇଛନ୍ତି। ଜାଣନ୍ତୁ ଏହି ସୁନ୍ଦରୀ ତଥା ଫ୍ଲପ ଅଭିନେତ୍ରୀଙ୍କ ସମ୍ପର୍କରେ…

ଅମୀଷା ପଟେଲ : ଅମୀଷା ୨୦୦୦ ମସିହାରେ ଫିଲ୍ମ ‘କହୋ ନା ପ୍ୟାର ହୈ’ରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମ ସୁପରହିଟ୍‌ ହୋଇଥିଲା। କିନ୍ତୁ ଏହା ପରଠାରୁ ଅମୀଷାଙ୍କର କୌଣସି ଫିଲ୍ମ ଆଜି ପର୍ଯ୍ୟନ୍ତ ହିଟ୍‌ ହୋଇନାହିଁ।

ସେଲିନା ଜେଟ୍‌ଲି : ୨୦୦୧ ମସିହାରେ ସେଲିନା ମିସ୍‌ ଫେମିନା ଇଣ୍ଡିଆ ହେବା ପରେ ୨୦୦୩ରେ ଫିଲ୍ମ ‘ଜାନ୍‌ସିନ୍‌’ଜରିଆରେ ବଲିଉଡ୍‌ରେ ପାଦ ଥାପି ଥିଲେ। ସୁନ୍ଦର ଚେହେରା ପାଇଁ ସେଲିନା ଦର୍ଶକଙ୍କ ମନ କିଣି ନେଇଥିବାବେଳେ ପରଦାରେ ସେତିକି ହିଟ୍‌ ହୋଇନାହାନ୍ତି।

ଇଶା ଦେଓଲ : ଅଭିନେତା ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ୨୦୦୨ରେ ଫିଲ୍ମ ‘କୋଇ ମେରେ ଦିଲ୍‌ ସେ ପୁଛେ’ ଜରିଆରେ ବଲିଉଡ୍‌ରେ ଅଭିନୟ କ୍ୟାରିିୟର ଆରମ୍ଭ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଖୁବ୍‌ ପ୍ରଶଂସା ମିଳିବା ସହ କିଛି ମାନପତ୍ର ମିଳିଥିଲା। କିନ୍ତୁ ଏହା ପରଠାରୁ ବଲିଉଡ୍‌ରୁ ତାଙ୍କ ଡିମାଣ୍ଡ କମି କମି ଗଲା।

ଶ୍ରୁତି ହାସନ : କମଲ ହାସନଙ୍କ ଝିଅ ଶ୍ରୁତି ବଲିଉଡ୍‌ରେ ଫିଲ୍ମ ‘ଲକ୍‌’ ଜରିଆରେ ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମରେ ଶ୍ରୁତିଙ୍କ ଅଭିନୟ ଦେଖି ଦର୍ଶକ ଭାବିଥିଲେ ଆଗାମୀ ଦିନରେ ବଲିଉଡ୍‌ରେ ଧୁମ ମଚାଇବେ। କିନ୍ତୁ ଦର୍ଶକଙ୍କ ଆଶା ଆଶାରେ ହିଁ ରହିଗଲା।

Share