ଏମାର ମଠ ପାଚେରି ଭୁଶୁଡ଼ିଲା

ପୁରୀ ଅଫିସ,୨୬।୭: ପୁଣି ଭୁଶୁଡ଼ିଲା ଏମାର ମଠ ପାଚେରି। ପୁରୀର ଅନ୍ୟତମ ଏହି ପୁରୁଣା ମଠର ପାଚେରି ଗୁରୁବାର ହୋଇଥିବା ବର୍ଷାରେ ପ୍ରାୟ ୪ଫୁଟ ଭୁଶୁଡ଼ିି ପଡ଼ିିଛି। ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପ ସାହି ପ୍ରବେଶ ପଥରୁ ଅଳ୍ପ କିଛି ବାଟ ଆଗକୁ ଗଲେ ଡାହାଣ ପଟକୁ ମାଟିମଣ୍ଡପ ସାହିକୁ ଏକ ଗଳି ରାସ୍ତା ଯାଇଛି। ଗୁରୁବାର ରାତିରେ ଏହି ଗଳି ରାସ୍ତା ପାର୍ଶ୍ୱକୁ ମଠର ପାଚେରି ଭୁଶୁଡ଼ି ପଡ଼ିଥିଲା। ଏଥିଯୋଗୁ ରାସ୍ତାରେ ଇଟା ଗଦା ହୋଇରହିଛି। ପୂର୍ବରୁ ଏକାଧିକ ଥର ଏହି ମଠର ପାଚେରି ଭୁଶୁଡ଼ିଥିଲା। କିଛିଦିନ ତଳେ ପ୍ରଶାସନ ପକ୍ଷରୁ ମଠର ଖାଲି ଜାଗାରେ ପାର୍କିଂ ଲାଗି ଜାଗା ସମତୁଲ କରାଯିବାକୁ ନେଇ ଏହି ମଠ ଚର୍ଚ୍ଚାକୁ ଆସିଥିଲା।

Share