Categories: ଫୁରସତ

ଏମିତି ଅଫିସ ଯେଉଁଠି ହେଲ୍‌ମେଟ୍‌ ପିନ୍ଧି କାମ କରନ୍ତି କର୍ମଚାରୀ

ଚଷମା ଏବଂ ଟୋପି ପିନ୍ଧି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଆମେ ଦେଖିଛୁ। ମାତ୍ର ହେଲମେଟ ପିନ୍ଧି କାମ କରିବା କଥା କେହି କେବେହେଲେ କଳ୍ପନା ମଧ୍ୟ କରି ନ ଥିବେ। ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ।
ଉତ୍ତରପ୍ରଦେଶର ବାନ୍ଦ୍ରାରେ ଥିବା ବିଦ୍ୟୁତ୍‌ ବିଭାଗ ଅଫିସରେ ଏହା ଦେଖିବାକୁ ମିଳିଛି। ଏଠାର କର୍ମଚାରୀମାନେ ଅଫିସ ଭିତରେ କାମ କରିବା ସମୟରେ ହେଲ୍‌ମେଟ ଲଗାଇଥାନ୍ତି। ପ୍ରକୃତ କଥାଟା ହେଲା ଏହି ଅଫିସ ଛାତରୁ ସବୁ ସମୟରେ ପ୍ଲାଷ୍ଟର ଖସିଥାଏ। ବିଗତ ୨ ବର୍ଷ ହେବ ଏପରି ଘଟି ଚାଲିଛି। ଏହି କାରଣରୁ ଏଠାର କର୍ମଚାରୀମାନେ ସୁରକ୍ଷା ଦୃଷ୍ଟିରୁ ହେଲମେଟ ପିନ୍ଧି କାମ କରିଥାନ୍ତି। ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହି ବିଲ୍ଡଂର ଅବସ୍ଥା ଅତି ଶୋଚନୀୟ। କେତେବେଳେ ଏହା ଭୁଶୁଡ଼ିବ ତାହା କହିହେବ ନାହିଁ। ଏ ନେଇ ବହୁବାର ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ।

Share