Categories: ଫୁରସତ

ଏମିତି ଏକ ଆଇସ୍‌କ୍ରିମ୍‌, ଯାହା ୧ ଘଣ୍ଟା ପର୍ଯ୍ୟନ୍ତ ତରଳିବ ନାହିଁ

ଗରମ ଦାଉରୁ ରକ୍ଷା ପାଇବାକୁ ଯଦି ହାତରେ ଗୋଟିଏ ଆଇସ୍‌କ୍ରିମ୍‌ ଧରାଇ ଦିଆଯାଏ, ତେବେ ମନକୁ ଟିକିଏ ଶାନ୍ତି ମିଳିଯାଏ। କିନ୍ତୁ ଚିନ୍ତା କେବଳ ଏତିକି ଥାଏ, ଆଇସ୍‌କ୍ରିମ୍‌ ଖୁବ୍‌ ଶୀଘ୍ର ତରଳିଯିବ। ବେଶୀ ସମୟ ଏହାର ମଜା ଉଠାଇବା ଅସମ୍ଭବ ହୋଇପଡ଼େ। ଏହାକୁ ନେଇ ଆଇସ୍‌କ୍ରିମ୍‌ପ୍ରେମୀଙ୍କ ମନ ଊଣା ହୋଇଯାଏ। ଏହି ସମସ୍ୟାର ସମାଧାନ କରିବାକୁ ଲଣ୍ଡନ୍‌ର ଫୁଡ୍‌ ଷ୍ଟୁଡିଓ ଏଭଳି ଆଇସ୍‌କ୍ରିମ୍‌ ତିଆରି କରିଛି, ଯାହା ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ତରଳିବାର ନଁା ନେବନାହିଁ। ଏହି ଖାସ୍‌ କିସମର ଆଇସ୍‌କ୍ରିମ୍‌ ତିଆରି ପାଇଁ କମ୍ପାନୀ କୌଣସି ପ୍ରକାରେ ଆଧୁନିକ କୌଶଳର ଉପଯୋଗ କରିନାହିଁ। ଏଥିପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କୌଶଳ ଆପଣାଯାଇଛି। ସେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜମି ରହୁଥିବା ବରଫ ଏବଂ ଫ୍ରୋଜେନ୍‌ ଫୁଡ୍‌ରୁ ଏହି ଉପାୟ ବାହାର କରିଛି କମ୍ପାନୀ। ଏହି କୌଶଳ ଅନୁସାରେ ଲୋକେ ଆଇସ୍‌କ୍ରିମ୍‌ର ସ୍ବାଦ ଘଣ୍ଟାଏ ପର୍ଯ୍ୟନ୍ତ ଉଠାଇପାରିବେ। ଏହି କୌଶଳରେ ପ୍ରସ୍ତୁତ ଆଇସ୍‌କ୍ରିମ୍‌କୁ ଦୁନିଆର ପ୍ରଥମ ନନ୍‌ ମେଲ୍‌ଟିଂ ଆଇସ୍‌କ୍ରିମ୍‌ ନାମରେ ନାମିତ କରାଯାଇଛି।

Share