Categories: ଫୁରସତ

ଏମିତି ଏକ ଏୟାରପୋର୍ଟ, ଦେଖିବାକୁ ଅନ୍ତରୀକ୍ଷ ଯାନ ସଦୃଶ

ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯାହା ଦେଖିବାକୁ ଅନ୍ତରୀକ୍ଷ ଯାନ ସଦୃଶ। ଏପରି ଏୟାରପୋର୍ଟ ରହିଛି ଚାଇନାରେ। ଭିତ୍ତିଭୂମି କ୍ଷେତ୍ରରେ ଚାଇନା ସବୁଠୁ ଆଗରେ। ଏହି ଏୟାରପୋର୍ଟ ବାହାରୁ ଏକ ଅନ୍ତରୀକ୍ଷ ଯାନ ପରି ଦେଖାଯାଉଛି।କିଛିଦିନ ତଳେ ଚାଇନାର ରାଷ୍ଟ୍ରପତି ଏପରି ଏୟାରପୋର୍ଟ ଆରମ୍ଭ ନେଇ ଘୋଷଣା କରିଥିଲେ। ୧୧ ଅରବ ଡଲାରରେ ଏହା ନିର୍ମାଣ କରାଯାଇଛି।

ଖାଲି ଏତିକି ନୁହେଁ ପ୍ରାୟ ୧୭୩ ଏକର ପରିମିତ ଜାଗାରେ ନିର୍ମିତ ଏୟାରପୋର୍ଟ ଭିତର ଅଂଶ ଫୁଟବଲ ପରି। ବୁଧବାର ପରୀକ୍ଷାମୂଳକ ଭାବେ ଏଠାରୁ ବିମାନ ଉଡ଼ାଣ ହୋଇଛି।

୨୦୪୦ ମସିହା ସୁଦ୍ଧା ଏହି ଏୟାରପୋର୍ଟରୁ ପ୍ରାୟ ୧୦ କୋଟି ଯାତ୍ରୀ ପ୍ରତିବର୍ଷ ବିମାନଯାତ୍ରା କରିବେ ବୋଲି ଆକଳନ କରାଯାଉଛି।

Share