Categories: ଫୁରସତ

ଏମିତି ଏକ ଜେଲ୍‌ ଯେଉଁଠି ଜଣେ କଏଦୀ ଅଛନ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସତ। ଏପର୍ଯ୍ୟନ୍ତ ଆପଣମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ଜେଲ୍‌ରେ ଶହ ଶହ କଏଦୀଙ୍କ ରହଣି ସମ୍ପର୍କରେ ଶୁଣିଥିଲେ। କିନ୍ତୁ ଦୁନିଆରେ ଏମିତି ଏକ ଜେଲ୍‌ ଅଛି, ଯେଉଁଠାରେ କେବଳ ଜଣେ କଏଦୀ ରହିଛନ୍ତି। ଡାମନ୍‌ ଡିଉରେ ଏହି ଅଦ୍ଭୁତ ଘଟଣା ଦେଖିବାକୁ ମିଳେ। ଏଠାକାର ସମୁଦ୍ର କୂଳରେ ରହିଛି ଏକ ବିରାଟ ମହଲ। ଦୂରରୁ ମହଲ ସଦୃଶ ଦେଖାଯାଉଥିବା ଏହି ଘରଟି ପ୍ରକୃତରେ ଗୋଟିଏ ଜେଲ୍‌। ଜେଲ୍‌ର ନିର୍ମାଣଶୈଳୀ ଏତେ ଭବ୍ୟ ଯେ ଆପଣ ବି ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହଁି। ଶୁଣିବାକୁ ମିଳେ, କୌଣସି ଏକ ସମୟରେ ଏହା ପୁର୍ତ୍ତୁଗାଲ୍‌ର କଲୋନୀ ଭିତରେ ଆସୁଥିଲା। ଜେଲ୍‌ଟି ପ୍ରାୟ ୪୭୫ ବର୍ଷ ପୁରୁଣା। ଏଠାରେ କେବଳ ଜଣେ କଏଦୀ ରହିଛନ୍ତି। ତାଙ୍କ ନାମ ଦୀପକ କାଞ୍ଜି। ବୟସ ୩୦। ତାଙ୍କ ଉପରେ ସ୍ତ୍ରୀକୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ରହିଛି। ତେବେ ତାଙ୍କ ସୁରକ୍ଷାରେ ୫ ଜଣ ସିପାହୀ ଏବଂ ଜଣେ ଜେଲର୍‌ଙ୍କୁ ନିଯୁକ୍ତ କରାଯାଇଛି। ଜେଲ୍‌ରେ ସମସ୍ତ ଶିଫ୍ଟ ଘଣ୍ଟାଏ ହିସାବରେ କରାଯାଏ। ୨୦୧୩ରେ ଜେଲ୍‌କୁ ବନ୍ଦ କରାଯିବାର ଘୋଷଣା କରାଯାଇଥିଲା। ସେବେଠୁ ଏଠାକୁ କଏଦୀଙ୍କୁ ଆଣିବା ବନ୍ଦ କରିଦିଆଯାଇଛି। କିଛି ବର୍ଷ ପୂର୍ବେ ଏଠାରେ ୭ଜଣ କଏଦୀ ଥିଲେ। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିଲେ। କିନ୍ତୁ କୌଣସି କାରଣରୁ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗୁଜରାଟ ସ୍ଥାନାନ୍ତରିତ କରାଗଲା। ପରେ ୨ ଜଣଙ୍କ ଦଣ୍ଡ ଅବଧି ପୂରା ହେବାରୁ ସେମାନଙ୍କୁ ମୁକ୍ତ କରିଦିଆଗଲା।

Share