Categories: ଫୁରସତ

ଏମିତି ଏକ ବଲ୍‌ବ, ଯାହାର ପାଳନ କରାଯାଇଥିଲା ଜନ୍ମଦିନ

ସାଧାରଣତଃ କୌଣସି ବଲ୍‌ବ ଗୋଟେ ବର୍ଷରୁ ଅଧିକ ଜଳେ ନାହିଁ। ତେବେ ଅନେକ କମ୍ପାନୀ ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ର ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି। କିନ୍ତୁ ଦୁନିଆରେ ଏପରି ଏକ ବଲ୍‌ବ ଅଛି, ଯାହା ୧୧୮ ବର୍ଷ ହେଲାଣି ଲଗାତର ଜଳୁଛି। ସେଣ୍ଟିନିୟର୍‌ ଲାଇଟ୍‌ ନାମରେ ପ୍ରସିଦ୍ଧ ଏହି ବଲ୍‌ବ କେବେ ମଧ୍ୟ ଫ୍ୟୁଜ୍‌ ହୋଇନାହିଁ। ଏହା ୧୯୦୧ ମସିହାରୁ ଜଳିବା ଆରମ୍ଭ ହୋଇଛି। କାଲିଫର୍ଣ୍ଣିଆର ଲିୱରମୋର ସହରର ଦମକଳ କେନ୍ଦ୍ରରେ ଏହି ବଲ୍‌ବ ଲଗାଯାଇଛି। ଆଜି ପର୍ଯ୍ୟନ୍ତ ଏହି ବଲ୍‌ବକୁ ନା ବନ୍ଦ କରାଯାଇଛି ନା ଏହା ଫ୍ୟୁଜ୍‌ ହୋଇଛି।
୪ ୱାଟ୍‌ର ଏହି ବଲ୍‌ବ ଚବିଶ ଘଣ୍ଟା ଜଳୁଥାଏ। ଦମକଳ କେନ୍ଦ୍ରରେ କାମ କରୁଥିବା କର୍ମୀମାନଙ୍କ ସୂଚନାନୁସାରେ, ୧୯୩୭ ମସିହାରେ ବିଜୁଳି ତାରର ମରାମତି ପାଇଁ ଏହି ବଲ୍‌ବକୁ ବନ୍ଦ କରାଯାଇଥିଲା ଓ ତାର ବଦଳେଇବା ପରେ ଏହାକୁ ପୁଣି ଜଳେଇ ଦିଆଯାଇଥିଲା। ୨୦୦୧ରେ ଉକ୍ତ ବଲ୍‌ବର ଶତବାର୍ଷିକୀ ମଧ୍ୟ ପାଳନ କରାଯାଇଥିଲା। ଏହି ଜନ୍ମଦିନ ପାଇଁ ସଙ୍ଗୀତ ପାର୍ଟିର ଆୟୋଜନ କରାଯାଇଥିଲା। ଏହାର ପ୍ରସାରଣ ପାଇଁ ୱେବ୍‌ କ୍ୟାମେରାର ମଧ୍ୟ ଉପଯୋଗ କରାଯାଇଥିଲା।

Share