Advertisement

ଏମିତି ଏକ ମନ୍ଦିର ଯେଉଁଠି ଆପଣାଛାଏ ବଢୁଛି ମୂର୍ତ୍ତି

ପ୍ରକୃତି ନିଜ ଗର୍ଭରେ ଏମିତି କିଛି ରହସ୍ୟ ଲୁଚାଇ ରଖିଛି, ଯାହାର ସମାଧାନ ରାସ୍ତା ଖୋଜିବାରେ ବୈଜ୍ଞାନିକ ବି ବିଫଳ। ଏଭଳି ଏକ ରହସ୍ୟମୟ ଘଟଣା ଘଟୁଛି ଆନ୍ଧ୍ରପ୍ରଦେଶର ୟାଗନ୍ତୀ ଶିବ ମନ୍ଦିରରେ। ମନ୍ଦିରଟି ଦେଶରେ ଐତିହାସିକ ଐତିହ୍ୟର ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛି। ମନ୍ଦିରର ନିର୍ମାଣଶୈଳୀ ଯେତିକି ଅଦ୍ଭୁତ ସେତିକି ରହସ୍ୟମୟ। ତେବେ ସବୁଠୁ ବଡ଼ ରହସ୍ୟ ଲୁଚିରହିଛି ଏଠାରେ ଥିବା ନନ୍ଦୀ ମୂର୍ତ୍ତିରେ। କୁହାଯାଏ, ମନ୍ଦିରରେ ମହଜୁଦ୍‌ ନନ୍ଦୀ ମହାରାଜଙ୍କ ପ୍ରତିମା ଲଗାତର ରହସ୍ୟମୟ ଭାବେ ବିଶାଳକାୟ ଆକାର ଧାରଣ କରୁଛି। ଏଥିପାଇଁ ୟାଗନ୍ତୀ ମହେଶ୍ୱର ମନ୍ଦିର ବେଶ୍‌ ଚର୍ଚ୍ଚାରେ ରହିଛି। ନନ୍ଦୀ ମହାରାଜଙ୍କ ପ୍ରତିମାକୁ ନେଇ ମାନ୍ୟତା ରହିଛି ଯେ, ଏମିତି ଗୋଟିଏ ଦିନ ଆସିବ ଯେତେବେଳେ ନନ୍ଦୀ ମହାରାଜ ଜୀବିତ ହୋଇଉଠିବେ। ତାଙ୍କ ଜୀବିତ ହେବା ପରେ ସଂସାରରେ ମହାପ୍ରଳୟ ଆସିବ ଏବଂ କଳିଯୁଗର ଅନ୍ତ ହେବ। ଘଟଣା ସମ୍ପର୍କରେ, ମନ୍ଦିର ପୂଜାରୀ କିମ୍ବା ସ୍ଥାନୀୟ ବାସିନ୍ଦା କେହି କିଛି ବୁଝି ପାରୁନାହାନ୍ତି। ଏହି ରହସ୍ୟ ଏବେ ସଭିଙ୍କ ମନରେ ଭୟ ଜାଗ୍ରତ କରିବାରେ ଲାଗିଲାଣି। ତଥାପି ବିଶାଳକାୟ ନନ୍ଦୀ ପ୍ରତିମାକୁ ଦେଖିବାକୁ ପ୍ରତିଦିନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share