Categories: ଫୁରସତ

ଏମିତି ଏକ ମନ୍ଦିର, ଯେଉଁଠି କ୍ଷୀର ଚଢାଇଲେ ରଙ୍ଗ ବଦଳିଯାଏ

ସମାଜରେ ଚାଲିଥିବା ବିଶ୍ୱାସ, ଅନ୍ଧବିଶ୍ୱାସ ମଧ୍ୟରେ ବେଳେବେଳେ ଏପରି କିଛି ଚମତ୍କାର ସମ୍ନାକୁ ଆସିଥାଏ, ଯାହାକୁ ବିଜ୍ଞାନ ମଧ୍ୟ ବୁଝିପାରି ନ ଥାଏ। ସେହିଭଳି ଏକ ଚମତ୍କାର ଘଟଣା ସମ୍ନାକୁ ଆସିଛି, ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କେରଳସ୍ଥିତ କିଜାପାରମ୍ପଲମ୍‌ ଗ୍ରାମରେ ନାଗନାଥସ୍ବାମୀ ମନ୍ଦିର ରହିଛି। ଯେଉଁଠି ଭଗବାନଙ୍କ ପାଖରେ କ୍ଷୀର ଚଢାଇଲେ ତାହା ନୀଳ ରଙ୍ଗ ହୋଇଯାଏ। ଏହି ମନ୍ଦିରଟି କାବେରୀ ନଦୀ ତଟରେ ଅବସ୍ଥିତ। ଏହି ମନ୍ଦିର ସହ ଅନେକ ରହସ୍ୟ ଯୋଡି ହୋଇ ରହିଛି। ମନ୍ଦିରଟି କେତୁଙ୍କୁ ସମର୍ପିତ ହୋଇଛି। ଏଠାରେ ପ୍ରମୁଖ ଦେବତା ଭାବେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏଥିପାଇଁ ଏହି ମନ୍ଦିରର ଅନ୍ୟନାମ ନାଗନାଥ। କୁହାଯାଏ, ଯେଉଁ ଭକ୍ତଙ୍କ କେତୁ ଗ୍ରହ ଦୋଷ ରହିଛି, ସେମାନେ ଏଠାକ୍‌ୁ ଆସି ଭଗବାନଙ୍କ ନିକଟରେ କ୍ଷୀର ଢାଳିଲେ ତାହାର ରଙ୍ଗ ଧଳାରୁ ନୀଳରେ ପରିବର୍ତ୍ତନ ହୋଇଯାଏ।

Share