Categories: ଫୁରସତ

ଏମିତି ଏକ ରୋଗରେ ପୀଡ଼ିତ ଥିଲେ ଯୁବକ, ସର୍ଜରୀ ପରେ ମିଳିଲା ନୂଆ ଜୀବନ

ଚାଇନା: ବିଶ୍ୱରେ କିଛି ଲୋକ ଅଛନ୍ତି, ସେମାନଙ୍କର ଶାରୀରିକ ବିକାଶ ଠିକ୍‌ ଭାବରେ ହୋଇ ନ ଥାଏ। ଫଳରେ ଚଲାବୁଲା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏମିତି ଜଣେ ଯୁବକ ହେଉଛନ୍ତି ଚାଇନାରେ ରହୁଥିବା ଲି ହୁଆ। ତାଙ୍କୁ ଆଙ୍କିଲସିଂ ସ୍ପଣ୍ଡିଲାଇଟ୍‌ସ ନାମକ ରୋଗ ହୋଇଛି। ଯାହା କ୍ୱଚିତ୍‌ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ। ଏହି ରୋଗ ହେଲେ କମ୍‌ ବୟସରୁ ଅଣ୍ଟା ନଇଁ ଯାଇଥାଏ। ମୁହଁ ଆଣ୍ଠୁ ସହିତ ଲାଗିଯାଏ। ରୋଗୀ ସିଧା ଭାବରେ ଠିଆ ହୋଇପାରେ ନାହିଁ। ୨୮ ବର୍ଷୀୟ ଲି’ସେହି ରୋଗରେ ପୀଡ଼ିତ। ଲି’ଙ୍କୁ ଚାଲିବା, ବୁଲିବା, ଉଠିବା, ବସିବା ସବୁଥିରେ ଅସୁବିଧା ହେଉଥିଲା। ଦୀର୍ଘଦିନ ଧରି ଲି’ ଏହି ରୋଗରେ ପଡ଼ିବା ପରେ ଏବେ ଆରୋଗ୍ୟ ହୋଇଛନ୍ତି।

ସେଣ୍ଟ୍ରାଲ ଚାଇନାରେ ରହୁଥିବା ଲି’ଙ୍କୁ ପରିବାର ଲୋକେ ୨୦୧୮ରେ ଡାକ୍ତରଙ୍କ ପାଖକୁ ନେଇଥିଲେ। କିନ୍ତୁ ଡାକ୍ତର କହିଲେ ସର୍ଜରୀ କଲେ ମଧ୍ୟ ତାଙ୍କ ଜୀବନ ପ୍ରତି ବିପଦ ରହିବ। ପରିବାରର ଲୋକଙ୍କ ଅନୁରୋଧ ସତ୍ତ୍ୱେ ପ୍ରଫେସର ତାଓ ହୁରିୟନ୍‌ ତାଙ୍କ ସର୍ଜରୀ କରାଇଲେ। ଯାହା ସଫଳ ହୋଇଛି। ତାଙ୍କୁ ନୂଆ ଜୀବନ ମିଳିଛି। ୨/୩ ମାସ ପରେ ଲି’ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଏହି କିଛିଦିନ ହେବ ସେ ଓ୍ବାକର ସହାୟତାରେ ଚଲାବୁଲା କରୁଛନ୍ତି।

Share