Categories: ଫୁରସତ

ଏମିତି ଏକ ସ୍ମୁଲ, ଯେଉଁଠି ପାଠପଢା ସହ କରାଯାଏ ବିବାହ

ଭାରତରେ ରହିଛି ଏମିତି ଏକ ନିଆରା ସ୍କୁଲ୍‌, ଯେଉଁଠି ପାଠ ପଢ଼ାଯିବା ସହ ଝିଅଙ୍କ ବିବାହ ମଧ୍ୟ କରାଯାଇଥାଏ। ଗୁଜରାଟର ଅହମ୍ମଦାବାଦରେ ସ୍ଥିତ ଏହି ସ୍କୁଲ୍‌ର ନାମ ହେଉଛି ‘ଅନ୍ଧ କନ୍ୟା ପ୍ରକାଶ ଗୃହ’। ପ୍ରଥମେ ମାତ୍ର ଚାରିଜଣ ପିଲାଙ୍କୁ ନେଇ ଗଢ଼ି ଉଠିଥିବା ଏହି ସ୍କୁଲ୍‌ରେ ଏବେ ହଜାର ହଜାର ସଂଖ୍ୟାରେ ଝିଅ ସାମିଲ ଅଛନ୍ତି। ପ୍ରକୃତରେ ଏହି ସ୍କୁଲ୍‌କୁ ଖୋଲିବା ପଛରେ ଥିବା ଏକ ପ୍ରମୁଖ ଉଦ୍ଦେଶ୍ୟ ରହିଛି। ଦିବ୍ୟାଙ୍ଗ ଝିଅଙ୍କୁ ଶିକ୍ଷିତ କରିବା ଏବଂ ସେମାନଙ୍କୁ ଆମତ୍ନିର୍ଭର କରିବାକୁ ଖୋଲାଯାଇଥିଲା। ଦିବ୍ୟାଙ୍ଗ ଝିଅଙ୍କୁ ଶିକ୍ଷା ଯୋଗାଇଦେବା ପାଇଁ ୧୯୫୪ରେ ନୀଳକାନ୍ତ ରାୟ ଛତ୍ରପତି ୧୦ ହଜାର ଟଙ୍କା ଫଣ୍ଡ୍‌ ଜମା କରି ଏହି ସ୍କୁଲ୍‌ ଆରମ୍ଭ କରିଥିଲେ। ଏହାର ଦେଖରେଖ, ଅନ୍ଧ କନ୍ୟା ପ୍ରକାଶ ଗୃହ ନାମକ ଏକ ବେସରକାରୀ ସଂଗଠନ ଦାୟିତ୍ୱରେ ରହିଛି। ଆଜିର ସମୟରେ ଏହି ସଂଗଠନ ଶାରୀରିକ ରୂପରେ ବିକଳାଙ୍ଗ ଯୁବତୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ସହ ସେମାନଙ୍କୁ ଜୀବନ ପ୍ରତି ଆମତ୍ନିର୍ଭର କରିବାରେ ଲାଗିପଡ଼ିଛି। ଯେତେବେଳେ ଏମାନେ ବିବାହ ଯୋଗ୍ୟ ହେଉଛନ୍ତି ଉତ୍ତମ ବରପାତ୍ର ଖୋଜି ବିବାହ କରୁଛନ୍ତି। ନିଶ୍ଚିତ ଭାବେ ଏହି ଭାବନା ଅନ୍ୟ ପରମ୍ପରାଗତ ସ୍କୁଲ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ରହୁଥିବା ଯୁବତୀମାନେ ଦୀପ, ଫୁଲଦାନୀ, ଘରସଜା ସାମଗ୍ରୀ ଭଳି ଜିନିଷ ତିଆରି କରିବାରେ ମାହିର୍‌। ଏସବୁର ମାର୍କେଟ୍‌ରେ ବି ଚାହିଦା ବଢ଼ିବାରେ ଲାଗିଛି।

Share