Categories: ଫୁରସତ

ଏମିତି ଏଟିଏମ୍‌, ଟଙ୍କା ବଦଳରେ ବାହାରିଥାଏ ସୁନା

ଆଜିକାଲି ସମୟରେ ବ୍ୟାଙ୍କରେ ଲମ୍ବା ଲାଇନ୍‌ ଲଗାଇ ଗ୍ରାହକମାନେ ଆଉ ଟଙ୍କା ଉଠାଉ ନାହାନ୍ତି। ଏଥିପାଇଁ ଏଟିଏମ୍‌ ସହଜ ଏବଂ ସୁଲଭ ମାଧ୍ୟମ ପାଲଟିଛି। ବିଶ୍ୱର ଯେଉଁ ସ୍ଥାନକୁ ଗଲେ ମଧ୍ୟ ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ। କିନ୍ତୁ ଜାଣନ୍ତି କି, ଏମିତି କିଛି ଏଟିଏମ୍‌ ଅଛି ଯେଉଁଠି ଟଙ୍କା ବଦଳରେ ସୁନା ବାହାରିଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।
ଏମିତି ଏଟିଏମ୍‌ ରହିଛି, ଆବୁଧାବିର ଏମିରେଟ୍ସ ପ୍ୟାଲେସ୍‌ ‌ ହୋଟେଲ ଲବିରେ। ଏହି ଏଟିଏମ୍‌ରୁ ୩୨୦ ପ୍ରକାର ସୁନା ବାହାର କରାଯାଇପାରିବ। ବିଶ୍ୱର ଅଧିକାଂଶ ଲୋକ ସୁନା ବ୍ୟାଙ୍କ ଲକ୍‌ରରେ ରଖିଥାନ୍ତି। ମାତ୍ର ଆବୁଧାବିରେ ଲୋକେ ନିର୍ଦ୍ୱନ୍ଦ୍ୱ ତଥା ସୁରକ୍ଷିତ ଭାବେ ନିଜର ସୁନା ବ୍ୟାଙ୍କରେ ଜମା କରି ଏହି ଏଟିଏମ୍‌ରୁ ଯେତେବେଳେ ଚାହିଁଥାନ୍ତି ବାହାର କରିଥାନ୍ତି। ଏଠାରେ ଏଟିଏମ୍‌ ମେଶିନ୍‌ ଭିତରେ କାର୍ଡ ଭର୍ତ୍ତି କରି ସୁନା ବାହାର କରିବା ପାଇଁ ପ୍ରୟୋଗ କରାଯାଇଥାଏ। ଏହା ପରେ ଗ୍ରାହକ ନିଜର ସୁନା ବାହାର କରିଥାନ୍ତି। କିନ୍ତୁ ଏ ଦିଗରେ ଗୋଟିଏ କଥା ଧ୍ୟାନ ଦେବାକୁ ପଡ଼ିବ କି ଏଠାରେ ନିଜର ଗୋଟିଏ ଆକାଉଣ୍ଟ ଥିବା ଜରୁରୀ। ଆବୁଧାବିର କୌଣସି ଲୋକ ସୁନା ଘରେ ନ ରଖି ଏହି ଏଟିଏମ୍‌ରେ ରଖିଥାନ୍ତି।

Share