Categories: ଫୁରସତ

ଏମିତି ଗାଁ, ଯେଉଁଠି କୁକୁର କୋଟିପତି

ଗୁଜରାଟ: ସାଧାରଣତଃ ଲୋକମାନେ କୋଟିପତି ହୋଇଥା’ନ୍ତି। କିନ୍ତୁ କୁକୁରମାନେ କୋଟିପତି ବୋଲି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଏଣ୍ଟରଟେନ୍‌ମେଣ୍ଟ୍‌’ରେ ଦେଖିଥିବେ। ମାତ୍ର ଏହା ବାସ୍ତବରେ ସତ ବୋଲି ଦେଖିବାକୁ ମିଳିଛି। ଗୁଜରାଟର ମେହସାଣା ଜିଲାସ୍ଥିତ ଏକ ଛୋଟ ଗାଁରେ ଏମିତି କୋଟିପତି କୁକୁର ଅଛନ୍ତି। କାରଣ ଏଠାକାର ମାଲିକମାନେ ମରିବା ପୂର୍ବରୁ ସମସ୍ତ ସମ୍ପତ୍ତି କୁକୁରମାନଙ୍କ ନାମରେ କରିଦେଇଥା’ନ୍ତି। ‘ମାଟିର ପାଟି କଟାରିଆ ଟ୍ରଷ୍ଟ’ ନାମକ ଏକ ସଂସ୍ଥା କୁକୁରମାନଙ୍କ ଦେଖାଶୁଣା ପାଇଁ ୨୧ ଏକରରୁ ଅଧିକ ଜମି କୁକୁରଙ୍କ ନାମରେ ଦାନ କରିଛି। ବାଇପାସ୍‌ ରୋଡ୍‌ରେ ଏହି ଜମି ଥିବାରୁ ଏକର ପ୍ରତି ପ୍ରାୟ ୩.୫ କୋଟି ଟଙ୍କା। ଟ୍ରଷ୍ଟ ନିକଟରେ ପ୍ରାୟ ୭୦ଟି କୁକୁର ରହିଛନ୍ତି। ହାରାହାରି ପ୍ରତି କୁକୁରଙ୍କ ନିକଟରେ ୧ କୋଟିର ସମ୍ପତ୍ତି ରହିିଛି। କୁକୁରଙ୍କ ନିକଟରେ ଏତେ ପରିମାଣର ସମ୍ପତ୍ତି ଥିବାରୁ ତାଙ୍କ ପ୍ରତି କୌଣସି କ୍ଷତି ପହଞ୍ଚାଇବାକୁ ଦିଆଯାଉନାହିଁ। ଟ୍ରଷ୍ଟ ଏମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେଉଛି। ସେମାନଙ୍କୁ ପ୍ରତିଦିନ ଭଲ ଖାଦ୍ୟ ଖାଇବାକୁ ଦିଆଯାଉଛି। ତାଙ୍କର ଟିକିନିଖି ଯତ୍ନ ନିଆଯାଉଛି। ଲୋକମାନେ ମଧ୍ୟ ଏହି ଟ୍ରଷ୍ଟକୁ କୁକୁରମାନଙ୍କ ପାଇଁ ଜମି ଦାନ କରୁଛନ୍ତି। କିଛି ଜମିରେ ଏବେ ଦୋକାନ ବଜାର ଗଢ଼ିଉଠିଛି। ଏଥିରୁ ଯାହା ଆୟ ହେଉଛି କୁକୁରମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଉଛି।

Share