Categories: ଫୁରସତ

ଏମିତି ଗାଁ ଯେଉଁଠି ଖେଳନା ନୁହେଁ ସାପ ସହିତ ଖେଳନ୍ତି ଛୋଟପିଲା….

ସାଧାରଣତଃ ସାପକୁ ସଭିଏଁ ଭୟ କରିଥାନ୍ତି। ତେବେ ଛୋଟପିଲା ଖେଳନାରେ ନ ଖେଳି ସାପ ସହିତ ଖେଳିବା ଶୁଣିଲେ ଯେ କେହି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଉତ୍ତରପ୍ରଦେଶ କାନପୁର ଅଞ୍ଚଳରେ ରହିଛି ଏକ ଗାଁ। ଏଠାରେ ସାପୁଆ କେଳା ସମ୍ପ୍ରଦାୟ ବାସ କରନ୍ତି। ଜଙ୍ଗଲରୁ ସାପ ଧରିବା ତାଙ୍କର ପେଶା। ଜୋଗିଡେରା ନାମକ ଏହି ଗାଁରେ ଛୋଟପିଲା ସାପ ସହିତ ଖେଳିଥାନ୍ତି। ସାପ ପ୍ରତି ସେମାନଙ୍କର ଭୟ ନ ଥାଏ। ଗାଁ ବାସିନ୍ଦା ସହଜରେ ସାପ ବିଷ ଝାଡି ଦେଇଥାନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ସାପ ଦଂଶନ କରିଥିବା ରୋଗୀଙ୍କୁ ଏଠାକୁ ଆଣିଲେ ମାତ୍ର କେଇ ମିନିଟ୍‌ ମଧ୍ୟରେ ସେ ସୁସ୍ଥ ହେଉଥିବା ଲୋକଙ୍କର ବିଶ୍ୱାସ ରହିଛି। ମାତ୍ର ଏହି ଚିକିତ୍ସା ସମ୍ପର୍କରେ ଗ୍ରାମବାସୀ ଅନ୍ୟ କାହାକୁ କହି ନ ଥାନ୍ତି। ଏହା ସେମାନଙ୍କରୀ କୌଳିକ ବୃତ୍ତି।

Share