ଏମିତି ଗାଁ ଯେଉଁଠି ଘରେ ଘରେ ଭିନ୍ନକ୍ଷମ

ଉତ୍ତରପ୍ରଦେଶର ଆଗ୍ରାଠାରୁ ୨୦ କିଲୋମିଟର ଦୂର ଗ୍ବାଲିୟର ରୋଡରେ ବରୋଲି ଅହିର ବ୍ଲକ୍‌ର ୧୧ଟି ଗାରଁ ଦୁଃଖ କହିଲେ ନ ସରେ। ଏହି ସବୁ ଗାଁରେ ଲୋକମାନେ ଫ୍ଲୋରାଇଡ୍‌ଯୁକ୍ତ ପାଣି ପିଉଥିବାରୁ ଘରେ ଘରେ ଜଣେ ଭିନ୍ନକ୍ଷମ ରହିଛନ୍ତି। ହ୍ୟାଣ୍ଡପମ୍ପରୁ ପାଣି ନ ପିଇବା ପାଇଁ ସେଠାକାର ପ୍ରଶାସନ ହ୍ୟାଣ୍ଡ୍‌ପମ୍ପ୍‌ରେ ଲାଲ୍‌ଦାଗ ଦେଇ ସତର୍କ କରିଛନ୍ତି। ଗାଁଗୁଡିକରେ ୨୬,୭୦୦ ଲୋକ ରହୁଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୨ ହଜାର ଲୋକଙ୍କ ପାଇଁ ଆର୍‌ଓ କମ୍ପାନୀର ପାଣି ଉପଲବ୍ଧ ହେଉଛି । ୨୦ ଲିଟର୍‌ର ଏକ କଣ୍ଟେନର ପାଇଁ କମ୍ପାନୀକୁ ୨୦ଟଙ୍କା ଦେବାକୁ ପଡୁଛି। କମ୍ପାନୀ ପ୍ରତିଦିନ ପାଣି ବିକି ୨ ଲକ୍ଷ ଟଙ୍କାରୁ ବେଶି ଆୟ କରୁଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ଗାଁ ପଚଗାଇ ଖେଡାର ୨୦ଟି ପରିବାର ଗାଁ ଛାଡି ବାହାରକୁ ଚାଲିଗଲେଣି । ଏମିତି ଅବସ୍ଥା ହୋଇଛି , ଖରାପ ପାଣି ଯୋଗୁ ଗାଁର ପୁଅ ଓ ଝିଅଙ୍କର ବାହାଘର କରିବା କଷ୍ଟକର ହୋଇପଡୁଛି। ଏହି ସବୁ ଗାଁର ଲୋକମାନେ ୫ଟି ପୁଷ୍କରିଣୀ ଉପରେ ନିର୍ଭର କରୁଥିଲେ ଓ ତାହା କାଳକ୍ରମେ ନାଳରେ ମିଶିଗଲା । କୂଅଗୁଡିକ ବି ଶୁଖିଗଲା । ପରେ ଭିନ୍ନକ୍ଷମମାନଙ୍କ ସଂଖ୍ୟା ବୃଦ୍ଧିପାଇବାରୁ ଲୋକମାନେ ଏହାକୁ ଅଭିଶାପ ବୋଲି ମାନି ବଞ୍ଚତ୍ଥିଲେ। କିନ୍ତୁ ଯେତେବେଳେ ପାଣିରେ ଥିବା ଫ୍ଲୋରାଇଡ ଯୋଗୁ ଲୋକମାନେ ଭିନ୍ନକ୍ଷମ ହେଉଛନ୍ତି ବୋଲି ଜଣାପଡିଲା ସେତେବେଳେ ସେମାନଙ୍କର ଏହି ଧାରଣା ଦୂର ହେଲା। ଏବେ ସବୁ ଗଁାକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ଜିଲା ଅଧିକାରୀ କହିଛନ୍ତି।

Share