Categories: ଫୁରସତ

ଏମିତି ଗାଁ ଯେଉଁଠି ରହିଲେ ଘର, ଟଙ୍କା ଓ ଚାକିରି ପାଇବେ

ରୋମ:ଯୁବକ ଅଥଚ ଚାକିରି ନାହିଁ,ପରିବାର ଅଛି। ତେବେ ପିଲାଟିଏ ଧରି ଚାଲନ୍ତୁ ଇଟାଲୀର ସେହି ଗାଁକୁ , ଯେଉଁଠି ମିଳିବ ୮ ଲକ୍ଷ ଟଙ୍କା । ଗାଁରେ ରହିବେ। ଟଙ୍କା ସାଙ୍ଗକୁ ଘର ଓ ଚାକିରି ବି ପାଇବେ । ଇଟାଲୀର ଗାଁରୁ ଆସିଛି ଏମିତିକା ଅଫର। ଉତ୍ତର ଇଟାଲୀର ପିଡମାଣ୍ଟ ଅଞ୍ଚଳର ଲୌକାନା ଜିଲାର କେତେକ ଗାଁର ଜନସଂଖ୍ୟା କମିଯାଇଛି। ଗାଁ ପ୍ରାୟ ଖାଲି ଲାଗୁଛି । ସେହି ସବୁ ଗାଁରେ ବେଶି ବୁଢା ରହିଛନ୍ତି। ଆଗେ ଇଟାଲୀବାସୀଙ୍କ ପାଇଁ ଏହି ଅଫର ଥିଲା। ଏବେ ବିଶ୍ୱର ଯେକୌଣସି ଦେଶର ଲୋକ ସେଠାରେ ରହିଲେ ଏହି ସୁବିଧା ପାଇପାରିବେ। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରହିଛି। ତାହା ହେଲା, ଯୋଉ ପରିବାର ଗାଁରେ ରହିବାକୁ ଆସିବେ ସେମାନେ ସାଙ୍ଗରେ ଜଣେ ପିଲାକୁ ନେଇ ଆସିବେ। ଯୁବ ପରିବାର ଲାଗି ଏହି ଅଫର । ଗାଁରେ ରହିବା ପରେ ୧୦,୦୦୦ ୟୁରୋ(୮.୧୭ ଲକ୍ଷ ଟଙ୍କା)ମିଳିବ ଓ ଏହା ସାଙ୍ଗକୁ ଘର ବି। ଏତିକିରେ ଅଫର ଅଟକିନାହଁିି, ଏହା ପଛକୁ ରହିଛି ଚାକିରି।
୧୧୮୫ ମସିହାରେ ଗଢିଉଠିଥିବା ଗାଁରେ ପ୍ରତିବର୍ଷ ୪୦ ଜଣଙ୍କର ମୃତ୍ୟୁ ହେଉଥିବାବେଳେ ମାତ୍ର ୧୦ ଜଣ ଜନ୍ମ ହେଉଛନ୍ତି। ଗାଁରୁ ଯୁବକମାନେ ବି ଚାକିରି ଲଗି ସହର ତଥା ବିଦେଶକୁ ଚାଲିଯାଉଛନ୍ତି। ଊନବିଂଶ ଶତାବ୍ଦୀ ଆରମ୍ଭରେ ଗାଁର ଲୋକସଂଖ୍ୟା ୮ ହଜାର ଥିଲା, ବର୍ତ୍ତମାନ ଦେଢ ହଜାର । ଏମିତିକା ସଙ୍କଟରେ ପଡିଥିବା ଗାଁ ମନଲୋଭା ଅଫର ଦେବନି ବା କାହିଁକି?

Share