Categories: ଫୁରସତ

ଏମିତି ଗାଁ, ଯେଉଁଠି ଲୋକେ ରୁହନ୍ତି ମାଟିତଳେ

ସାଧାରଣତଃ ଲୋକେ ଘର ତିଆରି କରିବା ପାଇଁ ଖୋଲା ଏବଂ ଆରାମଦାୟକ ସ୍ଥାନକୁ ପସନ୍ଦ କରିଥା’ନ୍ତି। ଯେଉଁଠି ବାୟୁ ଚଳାଚଳ ଭଲ ଭାବେ କରିପାରୁଥିବ। କିନ୍ତୁ ଏମିତିି ଏକ ଗାଁ ରହିଛି, ଯାହାର ସମସ୍ତ ଘର ଅଣ୍ଡରଗ୍ରାଉଣ୍ଡରେ ଅର୍ଥାତ ମାଟିତଳେ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ଗାଁ ହେଉଛି, ଦକ୍ଷିଣ ଅଷ୍ଟ୍ରେଲିଆର ‘କୁବର ପେଡି’। ଏହି ଗାଁର ସମସ୍ତ ଘର ମାଟିତଳେ ରହିଛି।

ଆପଣ ଭାବୁଥିବେ ମାଟିତଳେ କୌଣସି ସୁବିଧା ଉପଲବ୍ଧ ନ ଥିବ। କିନ୍ତୁ ଏମିତି ନୁହେଁ, ବାହାରକୁ ସାଧାରଣ ଲାଗୁଥିଲେ ମଧ୍ୟ ଭିତରେ ଯେଉଁ ଘରଗୁଡ଼ିକ ରହିଛି ତାହା କୌଣସି ହୋଟେଲଠାରୁ ବି କମ୍‌ ନୁହେଁ। ମାଟି ତଳେ ପ୍ରାୟ ୧୫୦୦ ଘର ରହିଛି। ଏଠାରେ ସମସ୍ତ ସୁବିଧା ରହିଛି। ଏପରିକି ଇଲେକ୍ଟ୍ରିଠାରୁ ଆରମ୍ଭ କରି ଦୋକାନ ବଜାର ମଧ୍ୟ ଅଛି। ଏକ ରିପୋର୍ଟ ଅନୁଯାୟୀ, କୁବର ପେଡ଼ିରେ ଖଣି କାର୍ଯ୍ୟ ୧୯୧୫ରେ ଆରମ୍ଭ ହୋଇଥିଲା।

କହିରଖୁଛୁ, ଏହା ଏକ ମରୁଭୂମି ଅଞ୍ଚଳ। ଏଠାରେ ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ ଏବଂ ଶୀତ ଋତୁରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। ଏଥିପାଇଁ ଏଠାକାର ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା॥ ସେହିଦିନଠାରୁ ଲୋକେ ଖଣି ଖନନ ହୋଇଥିବା ଖାଲି ସ୍ଥାନରେ ରହିଆସୁଛନ୍ତି।

Share