Categories: ଫୁରସତ

ଏମିତି ଗାଁ, ଯେଉଁଠି ଲୋକ ନାହାନ୍ତି

ରୋଜଗାର ଆଶାରେ ଅଧିକାଂଶ ଲୋକ ଗାଁ ଛାଡ଼ି ସହରମୁହଁା ହୋଇଛନ୍ତି। ସହରରେ ରୋଜଗାରର ପନ୍ଥା ଅଛି ସତ, ମାତ୍ର ଗାଁରେ ଯେଉଁ ଆନନ୍ଦ ତାହା ଦେଖିବାକୁ ମିଳେ ନାହିଁ। ସେଥିପାଇଁ ତ ଆଜିର ବ୍ୟସ୍ତବହୁଳ ଜୀବନରେ ଟିକେ ସମୟ ମିଳିଲେ ଲୋକେ ଗଁାକୁ ଯାଇଥାନ୍ତି। କିଛି ମୁହୂର୍ତ୍ତ ଗାଁରେ ବିତାଇ କ୍ଳାନ୍ତଭରା ମନକୁ ଟିକେ ହାଲୁକା କରିବାକୁ ଚାହିଁଥାନ୍ତି। କିନ୍ତୁ ଏମିତି ଗାଁ ରହିଛି, ଯେଉଁଠି କୌଣସି ଲୋକ ବସବାସ କରୁନାହାନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏପରି ଗାଁ ରହିଛି ଇଂଲଣ୍ଡରେ। ଏଠାରେ ଥିବା କୋପହିଲ୍‌ ଡାଉନ୍‌ ନାମକ ଗାଁଟି ଦେଖିବାକୁ ଖୁବ୍‌ ସୁନ୍ଦର। ଏଠାକାର ପରିବେଶ ବେଶ୍‌ ଆକର୍ଷଣୀୟ। କିନ୍ତୁ ଜଣେ ହେଲେ ଲୋକ ଦେଖିବାକୁ ମିଳନ୍ତି ନାହିଁ। ଏହା ପଛରେ ଏକ କାରଣ ମଧ୍ୟ ରହିଛି। ଏହି ଗାଁକୁ ବ୍ରିଟିଶ ଆର୍ମି ଗଢ଼ିଥିଲେ। ଶୀତଳ ଯୁଦ୍ଧ ସମୟରେ ବ୍ରିଟିଶ ସୈନିକମାନେ ମକ୍‌ଡ୍ରିଲ୍‌ ଏବଂ ଅଭ୍ୟାସ ପାଇଁ ଗାଁଟିକୁ ତିଆରି କରିଥିଲେ। ଏହାକୁ ଫିବୁଆ (Fibua) ନାଁ ଦିଆଯାଇଛି।( Fighting in Built up Areas)। ଏହି ଗାଁ ଏଥିପାଇଁ ହୋଇଥିଲା ଯେ, ଇରାକ୍‌ ଏବଂ ଆଫଗାନିସ୍ତାନର ସୈନିକମାନଙ୍କ ସହ ତାଲିମ ନେବାର ସୁଯୋଗ ମିଳିବ। ତେଣୁ ଏହି ଗାଁକୁ ଅନ୍ୟ କେହି ପ୍ରବେଶ କରିବା ପାଇଁ ପ୍ରତିବନ୍ଧକ ରହିଛି। ଏଠାରେ କେତେବେଳେ କେମିତି ବ୍ରିଟିଶ ଏୟାରପୋର୍ଟର ଉତ୍ସବ ପାଳନ କରାଯାଏ।

Share