Categories: ଫୁରସତ

ଏମିତି ଜୀବ, ଯିଏ ନିଃଶ୍ୱାସ ନ ନେଇ ବି ବଞ୍ଚିଥାଏ

ଜେଲିଫିଶ ଦେଖିବାକୁ ଯେମିତି ଠିକ୍‌ ସେହିପରି ବୈଜ୍ଞାନିକମାନେ ଏକ ନୂତନ ଜୀବର ସନ୍ଧାନ ପାଇଛନ୍ତି। ଯାହା ନିଃଶ୍ୱାସ ନ ନେଇ ବଞ୍ଚିପାରିବ। ଏପରିକି ଜିଇଁବା ପାଇଁ ଅମ୍ଳଜାନ ମଧ୍ୟ ଆବଶ୍ୟକ ପଡ଼ିବନି। ଏହା ଏମିତି ଏକ ବହୁକୋଷୀ ଜୀବ, ଯେଉଁଥିରେ ମାଇଟ୍ରୋକଣ୍ଟ୍ରିଏଲ୍‌ ଜିନୋମ ନାହିଁ। ତେଣୁ ବଞ୍ଚିବା ପାଇଁ ଅମ୍ଳଜାନ ଜରୁରୀ ନୁହେଁ। ଲାଲ୍‌ ରକ୍ତ କଣିକାକୁ ଛାଡ଼ି ମଣିଷ ଦେହରେ ଥିବା ସମସ୍ତ କୋଷିକାରେ ମାତ୍ରାଧିକ ସଂଖ୍ୟାରେ ମାଇଟ୍ରୋକଣ୍ଡ୍ରିଆ ମିଳିଥାଏ। ଯାହା ନିଃଶ୍ୱାସ ନେବା ପ୍ରକ୍ରିୟା ସହଜ ହୋଇଥାଏ।
ଇସ୍ରାଇଲ୍‌ର ତେଲ୍‌-ଅବିବ୍‌ ୟୁନିଭରସିଟିର ଏକ ଟିମ୍‌ ଏପରି ଗବେଷଣା କରିଛନ୍ତି। ରିସର୍ଚ୍ଚ ସମୟରେ ବୈଜ୍ଞାନିକମାନେ ଫ୍ଲୋରୋରେସେଣ୍ଟ ମାଇକ୍ରୋସ୍କୋପ୍‌ରେ ଏହି ଜୀବକୁ ଦେଖିଛନ୍ତି। ଏହି ସମୟରେ ବିଭିନ୍ନ ରଙ୍ଗର ନ୍ୟୁକ୍ଲିୟସ ଦେଖିଥିଲେ ମାଇଟ୍ରୋକଣ୍ଟ୍ରିଏଲ୍‌ ଡିଏନ୍‌ଏ ଦେଖିବାକୁ ପାଇ ନ ଥିଲେ। ୨୦୧୦ରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଇଟାଲୀର ପଲିଟେକ୍ନିକ୍‌ ୟୁନିଭରସିଟିର ବିଶେଷଜ୍ଞ ରୋବର୍ଟ ଡେନେବୋରୋ ଏହି ଜୀବର ସନ୍ଧାନ ଚଳାଇଥିଲେ। ମାଇକ୍ରୋସ୍କୋପ୍‌ରେ ଏହି ବହୁକୋଷୀ ଜୀବକୁ ଦେଖିବାକୁ ପାଇଥିଲେ।

Share