Categories: ଫୁରସତ

ଏମିତି ଝରଣା ନିକଟକୁ ଯିବା ପାଇଁ ଲାଗିଥାଏ ଡର

ବ୍ୟସ୍ତବହୁଳ ଜୀବନରୁ ଟିକେ ଶାନ୍ତି ତଥା କିଛି ସମୟ ଖୁସିରେ କାଟିବା ପାଇଁ ମନ ଚାହେଁ କେଉଁଆଡ଼େ ଟିକେ ବୁଲିଯିବାକୁ। ସାଧାରଣତଃ ଝରଣା ଦେଖିବାକୁ କିଏ ବା ଭଲ ନ ପାଏ। ଝରଣାର କୁଳୁକୁଳ ଶବ୍ଦ ମଣିଷକୁ ଆକୃଷ୍ଟ କରେ। କିନ୍ତୁ ଏମିତି କିଛି ଝରଣା ରହିଛି, ଯାହା ଜୀବନ ପ୍ରତି ଘାତକ ସାଜିଥାଏ। ଇଚ୍ଛା ଥାଇ ମଧ୍ୟ ସେପରି ସ୍ଥାନକୁ ଯିବା ପାଇଁ ଲୋକେ ଭୟ କରିଥା’ନ୍ତି। ଜାଣନ୍ତୁ ଏପରି କିଛି ଝରଣା ସମ୍ପର୍କରେ…

ମିଶିଗନ୍‌ ଝରଣା:


ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଏହି ଝରଣା ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ। ଏହି ଝରଣା ନିକଟରେ ପ୍ରାଣଘାତକ ଗ୍ୟାସ ରହିଛି। ଯାହା ସମସ୍ତ ଜୀବଜନ୍ତୁଙ୍କ ଜୀବନ ନେଇଯାଏ। ବୈଜ୍ଞାନିକମାନେ କୁହନ୍ତି, ଝରଣା ତଳେ ଜ୍ୱାଳାମୁଖୀ ଥିବାରୁ କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ ପାଣିରେ ଥାଏ। ଏହାର ସ୍ତର ବଢ଼ି ବାଦଲ ଆକାର ଧାରଣ କରେ। ତେଣୁ ଏଠାକୁ ଯାଇ ହୁଏ ନାହିଁ।

ରୂପକୁଣ୍ଡ ଝରଣା:


୧୧ଶହ ଶତାବ୍ଦୀ ପର୍ଯ୍ୟନ୍ତ ଲୋକେ ଏହି ଝରଣା ସମ୍ପର୍କରେ କିଛି ଜାଣି ନ ଥିଲେ। ୧୯୪୨ ମସିହାରେ ବ୍ରିଟିଶ ଆର୍ମି ହିମାଳୟରେ ଥିବା ଏହି ଝରଣାରୁ ୨ ଶହ ଲୋକଙ୍କ ଅବଶେଷାଂଶ ପାଇଥିଲେ। ଯେଉଁମାନଙ୍କର ମୃତ୍ୟୁ ରହସ୍ୟମୟ ଥିଲା। ଏହି ଝରଣାରେ ଗାଧୋଇବା ପାଇଁ ଆଜି ବି ବାରଣ ରହିଛି।

ବଏଲିଂ ଝରଣା:


ଡୋମିନିକାରେ ଥିବା ଏହି ଝରଣା ନିକଟକୁ ଗଲେ ମୃତ୍ୟୁକୁ ଡାକିଆଣିବେ। ଏହି ଝରଣାର ତାପମାତ୍ରା ୯୨ ଡିଗ୍ରୀ ସେଲ୍‌ସିୟସ୍‌ରୁ ଊର୍ଦ୍ଧ୍ୱରେ ରହିଥାଏ। ଏହା ନିକଟରେ ଜ୍ୱାଳାମୁଖୀ ଥିବାରୁ ସବୁବେଳେ ଉତ୍ତପ୍ତ ରହେ। ଏଠାକୁ ଗଲେ ଜଳିଗଲା ପରି ଅନୁଭବ କରିବେ।

Share