Categories: ଖେଳ

ଏମିତି ଦେଖିବାକୁ ଧୋନୀଙ୍କ ଆଲିଶାନ୍‌ ବାଇକ୍‌ ଶୋ’ ରୁମ୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟଠାରୁ ନଜକୁ ଦୂରେଇ ରଖିଛନ୍ତି। ଏବେ ସେ ନିଜ ପରିବାର ସହ ରାଞ୍ଚିରେ ସମୟ ବିତାଉଛନ୍ତି। ସମସ୍ତେ ଜାଣିଛନ୍ତି ମାହିଙ୍କୁ ନୂଆ ନୂଆ ବାଇକ୍‌ କଲେକ୍ସନ କରିବା ଭାରି ସଉକ। କେବଳ ବାଇକ୍‌ ନୁହେଁ, ଚାରିଚକିଆ ଗାଡି ବି ସେ କଲେକ୍ସନ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ଧୋନୀଙ୍କ ବାଇକ୍‌ ଶୋ’ ରୁମ୍‌ ଫଟୋ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଶୋ’ ରୁମ୍‌ଟି ଆଲିଶାନ୍‌ ବଙ୍ଗଳାରେ ନିର୍ମାଣ କରାଯାଇଛି। ଏହି ଶୋ’ ରୁମ୍‌ଟି ତାଙ୍କ ଫାର୍ମ ହାଉସ୍‌ ରହିଛି। ଏଠାରେ ଧୋନୀଙ୍କ ପସନ୍ଦର ନୂଆ ଏବଂ ପୁରୁଣା ବାଇକ୍‌ ସବୁ ରହିଛି। ପାଖାପାଖି ୪ ଡର୍ଜନରୁ ଅଧିକ ବାଇକ୍‌ ଏଠାରେ ରଖାଯାଇଛି। ଏହି ଶୋ’ ରୁମ୍‌ ନିଜ ବନ୍ଧୁଙ୍କୁ ଡାକି ଖୁବ୍‌ ମଜା କରିଥିଲେ ଧୋନୀ। ସେଠାରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ବାଇକ୍‌ ଉପରେ ବସି ଫଟୋ ଉଠାଇଥିଲେ।

Share