ଏମିତି ଦେଶ ଯେଉଁଠି ଏପରି କଲେ ହୁଏ ମୃତ୍ୟୁ…

ପଶ୍ଚିମ ଆଫ୍ରିକାର ରହିଛି ଏକ ଛୋଟ ଦେଶ ବେନିନ୍‌। ଏଠାରୁ ହଁି କଳାଯାଦୁର ଆରମ୍ଭ ହୋଇଥିଲା ବୋଲି ଲୋକେ କୁହନ୍ତି । ଏଠାରେ ବାସ କରନ୍ତି ଇଗୁନଗୁନ ଜନଜାତି । ଇଗୁନଗୁନ ଜନଜାତିର କୌଣସି ବ୍ୟକ୍ତି ଯଦି କାହାକୁ ଛୁଇଁଦିଅନ୍ତି ତେବେ ତାଙ୍କର ମୃତ୍ୟୁ ଘଟେ। ସମ୍ପୃକ୍ତ ଇଗୁନଗୁନ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଯାଏ ବୋଲି ରହିଛି ବିଶ୍ୱାସ । ଏହି ସମ୍ପ୍ରଦାୟର ଲୋକେ ନିଜ ଚେହେରା ଲୁଚାଇବା ପାଇଁ ଲମ୍ବା ଓଢ଼ଣା ସହିତ ରଙ୍ଗ-ବେରଙ୍ଗର ବସ୍ତ୍ର ପିନ୍ଧନ୍ତି । ସେମାନଙ୍କ ସହିତ ପୂର୍ବଜଙ୍କ ପ୍ରେତାତ୍ମା ରହୁଥିବାରୁ ଏପରି ହେଉଥିବା କେତେକ କହିଥାନ୍ତି। ଏହି ରହସ୍ୟମୟ ଜନଜାତିଙ୍କୁ ଗବେଷକ ସିକ୍ରେଟ ସୋସାଇଟି ଭାବେ ନାମିତ କରିଛନ୍ତି।

Share