ଜାପାନର ଟେକ୍ନୋଲୋଜି ସବୁଠାରୁ ଭିନ୍ନ। ଏଠାକାର ଆଇନ ମଧ୍ୟ ବହୁତ କଡ଼ା। ଯାହାକି ଏହାକୁ ସୁରକ୍ଷିତ ଦେଶ କରିପାରିଛି। ଜାପାନରେ କଡ଼ା ଆଇନ ରହିଛି। ସାଇକେଲ ଚଲାଇବା ସମୟରେ ଫୋନ୍ରେ କଥା ହେବା ଏବଂ ଛତା ଧରିବା ମନା। ଖାଲି ଏତିକି ନୁହେଁ, ମଦ ପିଇ ଗାଡ଼ି ଚଲାଇଲେ ଜେଲଦଣ୍ଡ ଭୋଗିବାକୁ ପଡ଼ିଥାଏ। ଜାପାନର ସମସ୍ତ ନାଗରିକ ଏହାକୁ ପାଳନ କରିଥାନ୍ତି। ଏଠାରେ ଦୁର୍ଘଟଣା ହେଲେ ଦୋଷୀକୁ କଠୋର ଦଣ୍ଡ ଦିଆଯାଇଥାଏ।