Categories: ଫୁରସତ

ଏମିତି ଦେଶ ଯେଉଁଠି ମୃତବ୍ୟକ୍ତିଙ୍କ ସହ ହୋଇଥାଏ ବିବାହ, ନେବାକୁ ପଡ଼େ ରାଷ୍ଟ୍ରପତିଙ୍କ ଅନୁମତି

ବିଭିନ୍ନ ଦେଶର ଆଇନକାନୁନ ଭିନ୍ନ ପ୍ରକାରର। ତେବେ ଏମିତି କିଛି ଆଇନକାନୁନ ରହିଛି ଯାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଦେଶ ହେଉଛି ଫ୍ରାନ୍ସ। ଏଠାକାର ଆଇନକାନୁନ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
-ଏଠାକାର ଲୋକେ ବହୁତ ଖାଇବା ପ୍ରିୟ। ତେଣୁ ଏଠାରେ ହୋଟେଲର ବଳକା ଖାଦ୍ୟ ଫୋପାଡ଼ିବା ଆଇନ ବିରୋଧୀ।
-କୁହାଯାଏ, ଏପ୍ରିଲ ଫୁଲ୍‌ ଫ୍ରାନ୍ସରୁ ପ୍ରଥମେ ଆରମ୍ଭ ହୋଇଥିଲା। -ଏଠାକାର ମହିଳା ଅନ୍ୟ ଦେଶ ତୁଳନାରେ ସବୁଠାରୁ ଅଧିକ ଦିନ ବଞ୍ଚିଥାନ୍ତି।
-ବିବାହ ସମୟରେ ଧଳା ପୋଷାକ ପିନ୍ଧିବା ପରମ୍ପରା ଫ୍ରାନ୍ସରୁ ହି ବିଗତ ୫୦୦ ବର୍ଷ ହେବ ଚାଲିଆସୁଛି।
-ଫ୍ରାନ୍ସର ଏକ ବିଚିତ୍ର ପରମ୍ପରା ହେଉଛି, ଏଠାର ଲୋକେ ମୃତ ବ୍ୟକ୍ତି ବା ମହିଳାଙ୍କ ସହ ବିବାହ କରିପାରିବେ। ମାତ୍ର ଏଥିପାଇଁ ସେମାନଙ୍କୁ ରାଷ୍ଟ୍ରପତିଙ୍କ ଅନୁମତି ନେବାକୁ ପଡ଼ିଥାଏ। ବିଶେଷ ପରିସ୍ଥିତିରେ ରାଷ୍ଟ୍ରପତି ଏଥିପାଇଁ ଅନୁମତି ଦେଇଥାନ୍ତି।

Share