Categories: ଫୁରସତ

ଏମିତି ଦେଶ ଯେଉଁଠି ସମସ୍ତଙ୍କୁ ଜଣା ଅସ୍ତ୍ରଶସ୍ତ୍ର ଚାଳନା

ଇସ୍ରାଏଲ ବିଶ୍ୱ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଭାବେ ପରିଚିତ। ବିଶ୍ୱ ରାଜନୀତି ଓ ଇତିହାସ ଦୃଷ୍ଟିରୁ ଏହାର ରହିଛି ବିଶେଷତା। ଏଠି ମହିଳାଠାରୁ ପୁରୁଷ ସମସ୍ତେ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷା ନେବା ବାଧ୍ୟତାମୂଳକ। ଏଠାରେ ୧୫ ବର୍ଷରୁ ପିଲାଙ୍କୁ ସେନା ପ୍ରଶିକ୍ଷଣ ଦିଆଯାଇଥାଏ। ଏଠାରେ ହାଇସ୍କୁଲ ପଢା ପରେ ପରେ ଝିଅମାନଙ୍କୁ ୩ ବର୍ଷ ଓ ପୁଅମାନଙ୍କୁ ୨ ବର୍ଷ ସେନା ପ୍ରଶିକ୍ଷଣ ଦିଆଯିବା ବାଧ୍ୟତାମୂଳକ। ସେଥିପାଇଁ ଏଠାରେ ସମସ୍ତଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ଜଣା ଅଛି। ଏପରିକି ମହିଳାମାନେ ସାଙ୍ଗରେ ଅସ୍ତ୍ରଶସ୍ତ୍ର ଧରି ମଧ୍ୟ ବୁଲିଥାଆନ୍ତି। ବିଶ୍ୱର ଏକମାତ୍ର ଜେହାଦି ଦେଶ ଭାବେ ଏହା ପରିଚିତ। ଏବେ ଏହାର ଜନସଂଖ୍ୟା ପାଖାପାଖି ୮୫ ଲକ୍ଷ। ହେଲେ ଏଠାରେ କେବଳ ସେନାଙ୍କ ସଂଖ୍ୟା ୩୦ ଲକ୍ଷ। ଏଥିରେ ୧୫ ଲକ୍ଷ ମହିଳା ସେନା ଥିବା ବେଳେ ପ୍ରାୟ ସମାନ ପରିମାଣର ପୁରୁଷ ସେନା ଅଛନ୍ତି।

Share