ଏମିତି ନିଆରା ଢଙ୍ଗରେ ପାଳନ୍ତୁ ଦୀପାବଳି

ଦୀପାବଳିକୁ ଏମିତି କିଛି ନିଆରା ଢଙ୍ଗରେ ପାଳନ କରନ୍ତୁ ଯାହା ହୋଇଯିବ ଆପଣଙ୍କ ପାଇଁ ଖାସ୍‌ ….

* ଏହି ଅବସରରେ ଅଭାବୀ ଲୋକଙ୍କୁ କିଛି ଦାନ କରନ୍ତୁ। ଅନାଥ ଶିଶୁ ବା ବେସାହାରା ବୃଦ୍ଧାବୃଦ୍ଧଙ୍କ ସହ ଏହି ଦିନଟିକୁ ପାଳନ କରନ୍ତୁ ଦେଖିବେ ନିଶ୍ଚୟ ଆତ୍ମ ସନ୍ତୋଷ ଲାଭ କରିବେ।

* ପରିବେଶ ପ୍ରଦୂଷଣ କରୁଥିବା ବାଣ କିଣିବା ଏବଂ ଫୁଟାଇବାରେ ଟଙ୍କା ନଷ୍ଟ ନ କରି ବରଂ ଏକ ଗଛ ଲଗେଇବାକୁ ଚେଷ୍ଟା କରନ୍ତୁ ଏବଂ ଘରକୁ ଆସୁଥିବା ଅତିଥିଙ୍କୁ ମଧ୍ୟ ଦିଅନ୍ତୁ ଯାହା ପରିବେଶ ପ୍ରତି ଆପଣଙ୍କର ଏକ ଉଚିତ ଉପହାର ହେବ।

* ନିଜର କୌଣସି ପୁରୁଣା ବନ୍ଧୁ ବା ପ୍ରିୟଜନଙ୍କ ଘରେ ହଠାତ୍‌ ପହଞ୍ଚି ଯାଇ ତାଙ୍କୁ ସପ୍ରାଇଜ ଦିଅନ୍ତୁ। ଅଥବା ବହୁତ ଦିନ ଧରି କଥା ହୋଇନଥିବା ବନ୍ଧୁଙ୍କୁ ଟେକ୍ସଟ୍‌ ମେସେଜ କରିବା ଅପେକ୍ଷା କଲ କରି ଶୁଭେଚ୍ଛା ଜଣାନ୍ତୁ।

* ପରିବାରରେ ଥିବା ବୟୋଜ୍ୟେଷ୍ଠ ସଦସ୍ୟଙ୍କ ସହ ସମୟ ଅତିବାହିତ କରନ୍ତୁ। ସେମାନଙ୍କୁ କିଛି ଛୋଟ ଉପହାର ମଧ୍ୟ ଦେଇପାରିବେ ଯାହାଦ୍ୱାରା ସେମାନେ ନିଜକୁ ସ୍ବତନ୍ତ୍ର ମନେ କରବେ।

* ଘର ସଜେଇବା ପାଇଁ ଦାମୀ କ୍ୟାଣ୍ଡେଲ, ଦୀପ ନ କିଣି ବରଂ ନିଜ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଦୀପ ବିକାଳିଙ୍କଠାରୁ ଦୀପ କିଣି ଘର ସଜାଇପାରିବେ।

* ଏହି ଦିନ ଆପଣଙ୍କ ଜୀବନରେ ମୂଲ୍ୟ ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ପ୍ରଦାନ କରନ୍ତୁ ଏବଂ ସେମାନଙ୍କ ଉପସ୍ଥିତି ଆପଣଙ୍କ ଜୀବନରେ କ’ଣ ମୂଲ୍ୟ ରଖେ ତାହା ସେମାନଙ୍କୁ ଅବଶ୍ୟ ଜଣାନ୍ତୁ।

Share