ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଥିବା ଏକ ବଜାରରେ ଯୁବତୀ ବିକ୍ରି ହୁଅନ୍ତି। ଧନୀ ଲୋକେ ଏଠାରେ ବର୍ଷକୁ ୧୫ ହଜାରରୁ ୨୫ ହଜାର ଟଙ୍କାରେ ଯୁବତୀଙ୍କୁ କିଣିଥାନ୍ତି। ବର୍ଷକ ପାଇଁ ସମ୍ପୃକ୍ତ ଯୁବତୀ ତାଙ୍କ ପାଖରେ ରୁହନ୍ତି। ଏନେଇ ୧୦ ଟଙ୍କାରୁ ଶହେ ଟଙ୍କା ପର୍ଯ୍ୟନ୍ତ ଷ୍ଟାମ୍ପ୍ ପେପରରେ ଚୁକ୍ତି କରାଯାଇଥାଏ। ଏହାକୁ ସ୍ଥାନୀୟ ଅଞ୍ଚଳରେ ଧଡ଼ିଚା ପ୍ରଥା ବୋଲି କୁହାଯାଇଥାଏ। ସମୟସୀମା ପୂରଣ ପରେ ଯୁବତୀ ଜଣକ ଗରକୁ ଫେରିଆସିଥାନ୍ତି। ତେବେ କିଣିଥିବା ବ୍ୟକ୍ତି ଚାହିଁଲେ ତାଙ୍କ ସହିତ ଯୁବତୀଙ୍କର ବିବାହ ମଧ୍ୟ କରାଯାଇଥାଏ।