Categories: ଜାତୀୟ

ଏମିତି ବିବାହରେ କେରଳ ସରକାର ଯୋଗାଇ ଦେବେ ଘର

ଥିରୁଭାନନ୍ତପୁରମ,୭।୩: କେରଳ ସରକାର ଏବେ ଇଣ୍ଟର-କାଷ୍ଟ ମ୍ୟାରେଜ ପାଇଁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଶନିବାର ଏହି ସୂଚନା ଦେଇଛନ୍ତି। ବିବାହ ପରେ ଯେଉଁମାନଙ୍କର ରହିବାକୁ ସୁବିଧା ନ ଥିବ ଅବା ଯେଉଁମାନେ ଗରିବ ଶ୍ରେଣୀର ଥିବେ ସେମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ସୁରକ୍ଷା ସହ ଏକ ବର୍ଷଲାଗି ରହିବା ପାଇଁ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏହି ସମୟ ମଧ୍ୟରେ ସେମାନଙ୍କୁ ସମସ୍ତ ସରକାରୀ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।

Share