ଏମିତି ବିବାହ ବାର୍ଷିକୀ ପାଳନ କରିବେ ଦୀପ୍‌ବୀର

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଏବଂ ରଣବୀର ସିଂ ନଭେମ୍ବର ୧୪ରେ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବେ। ୨୦୧୮ରେ ଉଭୟଙ୍କ ବିବାହ ଖୁବ୍‌ ଆଡମ୍ବରରେ ଇଟାଲୀରେ ହୋଇଥିଲା। ପ୍ରଥମ ବିବାହ ବାର୍ଷିକୀକୁ ମନେରଖିବା ପାଇଁ ପରିବାର ସହ ସମୟ ବିତାଇବେ ବୋଲି ଦୀପ୍‌ବୀରଙ୍କ ଜଣେ ବନ୍ଧୁ କହିଛନ୍ତି। ପ୍ରଥମେ ସେ ପରିବାର ସହ ତିରୁପତି ମନ୍ଦିର ବୁଲିବାକୁ ଯିବେ। ସେଠାରୁ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର ଯିବେ। ଦୀର୍ଘ ୬ ବର୍ଷ ସମ୍ପର୍କରେ ରହିବା ପରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟ ଆଗାମୀ ଫିଲ୍ମ ‘୮୩’ରେ ନଜର ଆସିବେ।

Share