Categories: ଫୁରସତ

ଏମିତି ବି ଆସେ ବିପଦ, ସାମାନ୍ୟ ଅବହେଳାରୁ ହରାଇ ଦେଲେ ଗୋଡ଼

ସମୟ କେବେ କେବେ  ଏମିତି ଆସେ ଯାହା  ଖୁସିକୁ  ଦୁଃଖରେ ପରିଣତ କରିଦିଏ। କିଛି  ଗୋଟିଏ ଅବହେଳା ପାଇଁ ଅନେକ ମୂଲ୍ୟ ଦେବାକୁ ପଡେ।  ଏଭଳି ଏକ ଘଟଣା ଘଟିଛି ସ୍କଟ୍‌ଲାଣ୍ଡରରେ।  ସମୁଦ୍ରକୁ ଗାଧୋଇବାକୁ ଯାଇ  ଯେ ସେ ନିଜ ଗୋଡ଼ ହରାଇ ବସିବେ ତାହା ସେ କେବେ ଭାବି ନ ଥିବେ।
ସୂଚନାଯୋଗ୍ୟ, ସ୍କଟ୍‌ଲାଣ୍ଡର ବାସିନ୍ଦା ଭିକି ପେରିସ ନାମ୍ନୀ ଜଣେ ମହିଳା ୨୦୧୮ରେ ଛୁଟି କଟାଇବାକୁ ଯାଇଥିଲେ। ଛୁଟି ସମୟରେ ସେ ଅନେକ ମଜାମସ୍ତି କରିଥିଲେ। ତେବେ  ସେ ସମୁଦ୍ରରେ ଗାଧୋଉଥିବା ବେଳେ  ସେଠାରେ ତାଙ୍କୁ ପାଦରେ  କିଛି ପଶିଯିବା ପରି ଅନୁଭବ  ହୋଇଥିଲା।  ପରେ ସେ ତାଙ୍କ ପାଦରେ ଛୋଟିଆ ଖଣ୍ଡିଆ ହୋଇଥିବା ଦେଖିବାକୁ ପାଇଥିଲେ। ହେଲେ ସେ  ସେଥିପ୍ରତି ଧ୍ୟାନ ଦେଇ ନ ଥିଲେ। ପାଦ ଦରଜ ହେଲେ ସେ ସେଥିପାଇଁ ଔଷଧ ଖାଇ ଦେଉଥିଲେ।  ତେବେ ୯ ବର୍ଷ ବୟସରୁ ଭିକିଙ୍କୁ ମଧୁମେହ ହୋଇଥିଲା। ଫଳରେ ଏହି ଖଣ୍ଡିଆ ନ ଶୁଖି ଅଧିକ ବ୍ୟାପି ଯାଇଥିଲା। ଏହାର ୪ର୍ଥ ସପ୍ତାହ ବେଳକୁ ଯନ୍ତ୍ରଣା ହେବାରୁ ସେ  ହସ୍ପିଟାଲକୁ ଚେକ୍‌ଅପ୍‌ ପାଇଁ ଯାଇଥିଲେ । ସେଠାରେ  ତାଙ୍କ ଗୋଡ଼ କଟା ଯିବାକୁ ଡାକ୍ତର କହିଲେ।
ପରେ ସର୍ଜରି ହୋଇ ଆଣ୍ଠୁ ତଳୁ ଗୋଡ଼ କଟା ଯାଇଥିଲା।  ସର୍ଜରିର କିଛି ମାସ ପରେ ତାଙ୍କୁ ହୁଇଲଚେୟାରରେ ବସିବାକୁ ପଡ଼ିଛି। ବର୍ତ୍ତମାନ  ସେ କୃତ୍ରିମ ଗୋଡ଼ ସାହାଯ୍ୟରେ ଚାଲିବାକୁ ଚେଷ୍ଟା କଲେ।
Share