ଏମିତି ବି ଆସେ ମୃତ୍ୟୁ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶାଶୁ, ୨ ବୋହୁଙ୍କ ଜୀବନ ଗଲା

ସାଲେପୁର,୨୫।୧୦(ଡି.ଏନ୍‌.ଏ.): କଟକ ଜିଲା ସାଲେପୁର ଥାନା ଅଧୀନ ବାରିଗୋଳ ପଞ୍ଚାୟତ ବେତେଇ ଗ୍ରାମ ଦଳିତ ସାହିରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶାଶୁ ସୀତା ମଲ୍ଲିକ(୭୦), ମଝିଆ ବୋହୂ ନନ୍ଦିତା ମଲ୍ଲିକ(୩୫) ଏବଂ ସାନ ବୋହୂ ପୁଷ୍ପଲତା ମଲ୍ଲିକ(୨୫)। ତେବେ ତାରରେ ଲୁଗା ଶୁଖାଉଥିବା ବେଳେ ଜଣଙ୍କୁ କରେଣ୍ଟ ମାରିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Share