Categories: ଫୁରସତ

ଏମିତି ମନ୍ଦିର ଯେଉଁଠି ଦେବୀଙ୍କ ପାଟିରୁ ବାହାରେ ନିଆଁ…

ଭାରତରେ ଥିବା କେତେକ ମନ୍ଦିରର ରହସ୍ୟ ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନି। ହିମାଚଳପ୍ରଦେଶ କାଙ୍ଗଡ଼ା ଘାଟିରେ ଦେବୀ ମା’ଙ୍କ ମନ୍ଦିର ରହିଛି। ଏଠାରେ ଦେବୀ ମା’ଙ୍କ ମୁହଁରୁ ସବୁବେଳେ ନିଆଁ ନିର୍ଗତ ହୋଇଥାଏ। ପୁରାଣ ଅନୁସାରେ ଏଠାରେ ଦେବୀ ସତୀଙ୍କର ଜିହ୍ବା ପଡ଼ିଛି। ଏଠାରେ ଥିବା ଏକ ତମ୍ବା ପାଇପ୍‌ରୁ ପ୍ରାକୃତିକ ଗ୍ୟାସ୍‌ ନିର୍ଗତ ହୋଇଥାଏ। ଏହି ପ୍ରାକୃତିକ ଗ୍ୟାସ୍‌ର ସଂଯୋଗ ଦେବୀ ମା’ଙ୍କ ପାଟିରେ ହୋଇଥିବା ଲୋକେ କୁହନ୍ତି। ଫଳରେ ଦେବୀଙ୍କ ପାଟିରୁ ନିଆଁ ନିର୍ଗତ ହୋଇଥାଏ। ଏଠାରେ ୯ ଦେବୀଙ୍କ ମୂର୍ତ୍ତି ରହିଛି। ସମସ୍ତ ମୂର୍ତ୍ତି ପାଟିରୁ ନିଆଁ ବାହାରିଥାଏ। ଦେବୀଙ୍କ ମଧ୍ୟରେ ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ବତୀ, ଅନ୍ନପୂର୍ଣ୍ଣା, ଚଣ୍ଡି, ବିନ୍ଧ୍ୟବାସିନୀ, ହିଙ୍ଗଲାଜ ଭବାନୀ, ଅମ୍ବିକା, ଅଞ୍ଜନା ଆଦିଙ୍କ ମୂର୍ତ୍ତି ଏଠାରେ ରହିଛି। ପ୍ରତିଦିନ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ମନ୍ଦିରର କେତେ ତଳେ ପ୍ରାକୃତିକ ଗ୍ୟାସ୍‌ ଉତ୍ସ ରହିଛି ତାହା ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣି ପାରି ନ ଥିବା ସ୍ଥାନୀୟ ଲୋକେ କୁହନ୍ତି।

Share