Categories: ଫୁରସତ

ଏମିତି ମନ୍ଦିର, ଯେଉଁଠି ମାନବମୁଖରେ ପୂଜାପାନ୍ତି ଭଗବାନ ଶ୍ରୀଗଣେଶ

ସାଧାରଣତଃ ପ୍ରତ୍ୟେକ ମନ୍ଦିରରେ ଭଗବାନ ଶ୍ରୀଗଣେଶଙ୍କ ଗଜମୁଖ ସ୍ବରୂପ ପ୍ରତିମା ସ୍ଥାପିତ ହୋଇଥାଏ। କିନ୍ତୁ ଦକ୍ଷିଣ ଭାରତସ୍ଥିତ ଏକ ମନ୍ଦିରରେ ଏହାର ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଠାରେ ଗଜମୁଖ ପରିବର୍ତ୍ତେ ମାନବମୁଖରେ ଗଜାନନ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ତାମିଲନାଡୁସ୍ଥିତ ଆଦି ବିନାୟକ ମନ୍ଦିରରେ ଏହି ବିଚିତ୍ରତା ଦେଖିବାକୁ ମିଳିଛି। ଏହା ଦୁନିଆର ଏକମାତ୍ର ମନ୍ଦିର, ଯେଉଁଠାରେ ଗଜାନନ ମାନବମୁଖରେ ପୂଜା ପାଉଛନ୍ତି। ମନ୍ଦିର ସହ ଆଉ ଏକ ଅଦ୍ଭୁତ ଘଟଣା ଯୋଡ଼ିହୋଇ ରହିଛି। ଏହାକୁ ଏକମାତ୍ର ଗଣେଶ ମନ୍ଦିର କୁହାଯାଏ, ଯେଉଁଠାରେ ଲୋକେ ନିଜ ପିତୃପୁରୁଷଙ୍କ ପିଣ୍ଡଦାନ ନିମନ୍ତେ ପୂଜା କରିବାକୁ ଆସନ୍ତି। ମାନ୍ୟତା ରହିଛି, ଏହି ସ୍ଥାନରେ ଭଗବାନ ଶ୍ରୀରାମ ନିଜ ପୂର୍ବଜଙ୍କ ଆମତ୍ାର ଶାନ୍ତି ନିମନ୍ତେ ପୂଜାର୍ଚ୍ଚନା କରିଥିଲେ। ଏହି ପରମ୍ପରା ସ୍ବରୂପ ଆଜି ବି ଲୋକେ ଏହାକୁ ପାଳନ କରିଆସୁଛନ୍ତି। ତାମିଲନାଡୁସ୍ଥିତ ଏହି ଗଣେଶ ମନ୍ଦିର ଦେଖିବାକୁ ସେତେ ଭ୍ଯଯ ନଥିଲେ ମଧ୍ୟ ନିଜ ଅଦ୍ଭୁତ ଆକର୍ଷଣ ପାଇଁ ବେଶ୍‌ ପରିଚିତ।

Share