Posted inଫୁରସତ

ଏମିତି ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବା ମନା

ଭାରତରେ ଏମିତି କିଛି ମନ୍ଦିର ରହିଛି, ଯେଉଁଠି ପରମ୍ପରା ଏବଂ ମାନ୍ୟତା ଭିନ୍ନ ଭିନ୍ନ। ମନ୍ଦିରକୁ ପରିବାର ସହ ମିଶି ପୂଜାର୍ଚ୍ଚନା କରିବାକୁ ଯାଇଥାନ୍ତି ଲୋକେ। କିନ୍ତୁ ଏମିତି ଏକ ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ସାଥୀ ହୋଇ ଦର୍ଶନ କରିପାରିବେ ନାହିଁ। ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ସତ। ଏହା ହେଉଛି ମା’ ଦୁର୍ଗାଙ୍କ ମନ୍ଦିର। ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ମା’ଙ୍କୁ ଦର୍ଶନ କରିପାରିବେ ନାହିଁ। ଏହା ପଛରେ ଭଗବାନ ଶିବଙ୍କ ସହ ରହସ୍ୟ ଯୋଡ଼ି ହୋଇରହିଛି। ସିମ୍‌ଲାର ରାମପୁରଠାରେ ଅବସ୍ଥିତ ଏହି ମନ୍ଦିରରେ ପୂଜା ପାଆନ୍ତି ମା’ ଦୁର୍ଗା। କିନ୍ତୁ ଏଠାକୁ ସ୍ବାମୀ-ସ୍ତ୍ରୀ ଏକାଠି ଯାଇ ପୂଜା କରିବା ପାଇଁ ବାରଣ ରହିଛି। କୁହାଯାଏ, ଭଗବାନ ଶିବ ତାଙ୍କର ଦୁଇପୁତ୍ର ଗଣେଶ ଏବଂ କାର୍ତ୍ତିକେୟଙ୍କୁ ବ୍ରହ୍ମାଣ୍ଡ ପରିକ୍ରମା କରବାକୁ କହିଲେ। କାର୍ତ୍ତିକେୟ ତାଙ୍କ ବାହନ ମୟୂର ପିଠିରେ ବସି ବ୍ରହ୍ମାଣ୍ଡ ଭ୍ରମଣରେ ବାହାରିଗଲେ। କିନ୍ତୁ ଗଣେଶ ମାତାପିତାଙ୍କ ଚାରିପାଖରେ ବୁଲି କହିଲେ ବ୍ରହ୍ମାଣ୍ଡ ମାତାପିତାଙ୍କ ଚରଣରେ। ଅନ୍ୟପକ୍ଷରେ କାର୍ତ୍ତିକେୟଙ୍କୁ ବ୍ରହ୍ମାଣ୍ଡ ବୁଲି ଆସିବାକୁ ଦୀର୍ଘଦିନ ଲାଗିଲା। ଏହା ମଧ୍ୟରେ ଗଣେଶଙ୍କ ବିବାହ ହୋଇସାରିଥିଲା। ଏଥିରେ କାର୍ତ୍ତିକେୟ ରାଗିଗଲେ। କାରଣ ଗଣେଶ କାର୍ତ୍ତିକଙ୍କଠାରୁ ସାନ ଥିଲେ। ସେ କେବେ ବିବାହ କରିବେ ନାହିଁ ବୋଲି ସଂକଳ୍ପ ନେଲେ। ଏଥିରେ ମାତା ପାର୍ବତୀ କ୍ରୋଧିତ ହୋଇଗଲେ। କହିଲେ, ଯେଉଁ ସ୍ବାମୀ-ସ୍ତ୍ରୀ ସାଥୀ ହୋଇ ତାଙ୍କର ମନ୍ଦିର ଦର୍ଶନ କରିବେ ସେ ଅଲଗା ହୋଇଯିବେ। ସେହିଦିନଠାରୁ ଏହି ମନ୍ଦିରକୁ କୌଣସି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବାକୁ ଯାଆନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri