ଏମିତି ରାଜା ଅବସର ସମୟରେ କରନ୍ତି ମେକାନିକ୍‌ କାମ…

ଦୁଇ ଦୁଇଟି ଦେଶର ରାଜା ସେ ପୁଣି ଅବସର ସମୟରେ କାର୍‌ ମେକାନିକ୍‌ ଭାବେ କାମ କରନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଜଣେ ରାଜା ଅଛନ୍ତିି ଆଫ୍ରିକାରେ। ସେ ରାଜକାର୍ଯ୍ୟ ତୁଲାଇବା ସହ ଅବସର ସମୟରେ ମେକାନିକ୍‌ ଭାବେ କାର୍ଯ୍ୟ କରନ୍ତି। ଶାସନଗାଦିରେ ବସି ପ୍ରଜାମାନଙ୍କର ଦୁଃଖସୁଖ ବୁଝିବା ସହ ରାଜା ବିଭିନ୍ନ ଉପଯୋଗୀ ପରାମର୍ଶ ଦିଅନ୍ତି । ୭୧ ବର୍ଷୀୟ ଏହି ରାଜା ହେଉଛନ୍ତି ସିଫସ ବଂସାହ। ଟୋଗୋ ଏବଂ ଘାନା ଦୁଇଟି ରାଜ୍ୟର ଶାସନ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ। ତାଙ୍କର ଜନ୍ମ ଘାନାରେ ହୋଇଥିଲେ ହେଁ ରାଜା ଭାବେ ନିଯୁକ୍ତି ହେବା ପୁର୍ବରୁ ୧୯୭୦ରେ ଜର୍ମାନୀ ଚାଲିଯାଇଥିଲେ। ଏହି ଦୁଇ ରାଜ୍ୟର ଜନ ସଂଖ୍ୟା ହେଉଛି ୩ ଲକ୍ଷରୁ ଅଧିକ। ଲୋକେ ବଂସାହଙ୍କୁ ସୁପରିଅର ଆଣ୍ଡ ସ୍ପିରିଚୁଆଲ ଚିଫ୍‌ ବୋଲି କହିଥାନ୍ତି। ସେ ୧୯୪୮ ଏପ୍ରିଲ୍‌ ୨୨ରେ ଘାନାର ହୋହୋଇଠାରେ ଜନ୍ମଗ୍ରହଣ କରିଥିଲେ।

Share