ୱେଲିଂଟନ,୨୧।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର୍ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର ତିନିଟି ଫର୍ମାଟ ଏକଦିବସୀୟ, ଟେଷ୍ ଏବଂ ଟି-୨୦ରେ ୧୦୦-୧୦୦ ମ୍ୟାଚ୍ ଖେଳିବାରେ ବିଶ୍ୱର ପ୍ରଥମ ଖେଲାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଭାରତ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ରସ୍ କ୍ୟାରିୟର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ପୂର୍ବରୁ ସେ କିଓ୍ବି ଟିମ୍ ପାଇଁ ୨୩୧ଟି ଏକଦିବସୀୟ ମ୍ୟାଚ୍ ଏବଂ ୧୦୦ଟି ଟି୨୦ ମ୍ୟାଚ୍ ଖେଳିସାରିଛନ୍ତି। ଟେଲର୍ ନ୍ୟୁଜିଲାଣ୍ଡ ପାଇଁ ୧୦୦ଟି ଟେଷ୍ଟ ଖେଲିବାରେ ଚତୁର୍ଥ ଖେଲାଳି ହୋଇପାରିଛନ୍ତି। ଓ୍ବେଲିଂଟନରେ ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଟେଲର୍ ମ୍ୟାଚ୍ ପୂର୍ବରୁ ନିଜ ୩ ପିଲାଙ୍କୁ ଧରି ପଡିଆକୁ ଆସିଥିଲେ। ସୂନଚାଯୋଗ୍ୟ,ରସ୍ ଟେଲର ୧୦୦ଟି ଟେଷ୍ଟରୁ ୭,୭୧୪ ରନ୍, ୨୩୧ଟି ଏକଦିବସୀୟ ମ୍ୟାଚ୍ରୁ ୮,୫୭୦ ରନ୍ ଏବଂ ୧୦୦ଟି ଟି୨୦ ମ୍ୟାଚରୁ ୧,୯୦୯ ରନ୍ ସଂଗ୍ରହ କରିଛନ୍ତି।