Categories: ଫୁରସତ

ଏମିତି ରେଡିଓ ଷ୍ଟେଶନ, ଯେଉଁଠି ସିଧା ଯୋଗାଯୋଗ ହୋଇଥାଏ ଏଲିଅନ୍‌ଙ୍କ ସହ

ଋଷ୍‌: ଏହି ଦେଶର ସେଣ୍ଟ ପୋର୍ଟସବର୍ଗ ସହରଠାରୁ ଦୂର ଶୂନ୍‌ଶାନ୍‌ ସ୍ଥାନରେ ରହିଛି ଏକ ରେଡିଓ ଷ୍ଟେଶନ। ଏହି ରେଡିଓ ଷ୍ଟେଶନରୁ ଅନ୍ତରାଳରେ କିଛି ପ୍ରସାରଣ ହୋଇଥାଏ। ଯେତେବେଳେ ଅନ୍ୟ ରେଡିଓ ଷ୍ଟେଶନରୁ ପ୍ରସାରଣ ବନ୍ଦ ହୋଇଥାଏ ଠିକ୍‌ ଏହି ସମୟରେ ଉକ୍ତ ଷ୍ଟେଶନରୁ କିଛି ଗୁଣୁଗୁଣୁ ଶବ୍ଦ ଶୁଣିବାକୁ ମିଳିଥାଏ। ଏପରି ଅଦ୍ଭୁତ ପ୍ରସାରଣ ଏଠାରୁ କିଛି ବର୍ଷ ଧରି ହୋଇଆସୁଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ରେଡିଓ ଷ୍ଟେଶନକୁ କିଏ ଚଳାଉଛି ତାହାର ରେକର୍ଡ ନାହିଁ। ଋଷ ସରକାର ମଧ୍ୟ ଏ ବିଷୟରେ ଜାଣିନାହାନ୍ତି। ଏହି ରେଡିଓ ଷ୍ଟେଶନର ନାମ ହେଉଛି MDZhB। ପଶ୍ଚିମ ଦେଶରେ ଏହାକୁ ‘ଦ ବଜର’ ନାମରେ ଜଣାଶୁଣା। ୩୫ ବର୍ଷ ଧରି ଏହି ରେଡିଓ ଷ୍ଟେଶନରୁ ବିଚିତ୍ର ଶବ୍ଦ ଶୁଣିବାକୁ ମିଳୁଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କାରଣ କାହା ପାଖରେ ନାହିଁ। ସପ୍ତାହରେ ଥରେ ଦୁଇଥର ଜଣେ ପୁରୁଷ କିମ୍ବା ମହିଳାଙ୍କ ସ୍ବର ଶୁଣିବାକୁ ମିଳିଥାଏ। ଏହି ରେଡିଓ ଷ୍ଟେଶନରୁ କୌଣସି ଖବର କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରସାରିତ ହେଉ ନ ଥିବାରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ।

କିଛି ସ୍ଥାନୀୟ ଲୋକ କୁହନ୍ତି, ଋଷ ଏଠାରୁ ଏଲିଅନ୍‌ଙ୍କ ସହ ସମ୍ପର୍କ ରଖୁଛି। କିଛି ଲୋକ କୁହନ୍ତି, ଋଷ ଉପରେ ପରମାଣୁ ଆକ୍ରମଣ ହେବାର ସୂଚନା ମିଳିଲେ ଏହା ଆପଣାଛାଏଁ ବନ୍ଦ ହୋଇଯିବ। ଋଷ ପକ୍ଷରୁ ପ୍ରତିପକ୍ଷକୁ ଜବାବ ଦିଆଯାଇପାରିବ।

Share