Categories: ଫୁରସତ

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଗ୍ରାହକଙ୍କୁ ପିଇବାକୁ ଦିଆଯାଏ ଟଏଲେଟ୍‌ ପାଣି

ଶୀର୍ଷକଟି ପଢ଼ି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ। ତେବେ କଥାଟି ସତ। ବିଶ୍ୱରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠାରେ ଗ୍ରାହକମାନଙ୍କୁ ଟଏଲେଟ୍‌ ପାଣି ପିଇବାକୁ ଦିଆଯାଏ। ଏହି ରେଷ୍ଟୁରାଣ୍ଟର ନାମ ‘ଗେଷ୍ଟ ୟୁକ୍ସ’। ଏହା ବ୍ରାଜିଲର କୁର୍ନେରେ ଅବସ୍ଥିତ। ଏଠାକୁ ଆସୁଥିବା ଗ୍ରାହକମାନଙ୍କୁ ଟଏଲେଟ୍‌ ପାଣିକୁ ପୁର୍ନବ୍ୟବହାରଯୋଗ୍ୟ କରାଯାଇ ପିଇବାକୁ ଦିଆଯାଇଥାଏ। ଏଥିପାଇଁ ରେଷ୍ଟୁରାଣ୍ଟ ଏକ ନୂଆ ପଦ୍ଧତିର ଓ୍ବାଟର ପ୍ୟୁରିଫାୟର ଲଗାଇଛି। ଏହି ଓ୍ବାଟର ପ୍ୟୁରିଫାୟର ନାଳ ପାଣିକୁ ମଧ୍ୟ ସଫାକରି ପିଇବା ଯୋଗ୍ୟ କରିଥାଏ। ଖାସ୍‌ କଥା ହେଲା ଏହି ପାଣି ମିନେରାଲ।


ଏଠାରେ କାମ କରୁଥିବା ଜଣେ କର୍ମଚାରୀଙ୍କ କହିବା ଅନୁସାରେ, ଟଏଲେଟ୍‌ ପାଣିକୁ ପ୍ରଥମେ ପ୍ଲାଣ୍ଟ ଫର୍ଟିଲାଇଜରରେ ସଫା କରାଯାଇଥାଏ। ପରେ ଏଥିରେ ବର୍ଷା ପାଣି ମିଶାଯାଇଥାଏ। ଶେଷରେ ପିଇବା ଯୋଗ୍ୟ କରିବା ପାଇଁ ପ୍ୟୁରିଫାଏ କରାଯାଇଥାଏ। ଏହି ପାଣିକୁ ଆଇସ୍‌ କ୍ୟୁବ୍‌, ବିୟର ଏବଂ କଫି ତିଆରି ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।

Share