ଏମିତି ଶିବଲିଙ୍ଗ ଯାହାର ଚାରିପଟେ ଥରେ ବୁଲିଆସିବାକୁ ଲାଗେ ୧୫ ଦିନ…

ଏପରି ଏକ ଶିବମନ୍ଦିର ଯାହା ମନ୍ଦିର ପାଇଁ ନୁହେଁ ବରଂ ଶିବଲିଙ୍ଗ ଲାଗି ପ୍ରସିଦ୍ଧ ଲାଭ କରିଛି। ଲୋକମାନଙ୍କୁ ଏହି ଶିବଲିଙ୍ଗ ଚାରିପଟେ ପରିକ୍ରମା କରିବାକୁ ପ୍ରାୟ ୧୫ ଦିନ ଲାଗିଥାଏ। ଲୋକେ ଏହି ସ୍ଥାନକୁ ସ୍ବର୍ଗପ୍ରାପ୍ତିର କେନ୍ଦ୍ର ବୋଲି ମାନିଥାନ୍ତି। ପ୍ରକୃତରେ ଏହା ଏକ ଶିମଶିଖର। ହିମାଳୟର ଗଙ୍ଗୋତ୍ରୀ ନିକଟରେ ଅବସ୍ଥିତ ପାହାଡର ସର୍ବୋଚ୍ଚ ଶିଖରରେ ଥିବା ଏହି ଶିବଲିଙ୍ଗ ଚତୁଃପାଶର୍‌ବରେ ଶ୍ରଦ୍ଧାଳୁମାନେ ପରିକ୍ରମା କରିଥାନ୍ତି। ଏହି ହିମଶିଖରର ଉଚ୍ଚତା ୬,୫୪୩ ମିଟର। ଏହା ଶିବଲିଙ୍ଗଙ୍କ ଚତୁଃପାର୍ଶ୍ୱରେ ବୁଲିବା ପାଇଁ ୧୨ ରୁ ୧୫ ଦିନ ଲାଗିଥାଏ। ଏଠାରେ ମହାପ୍ରଭୁ ଶିବଙ୍କ ଦର୍ଶନ କରିବାର ଖୁବ୍‌ ମାନ୍ୟତା ରହିଛି। ପ୍ରଭୁ ଭକ୍ତଙ୍କ କାମନା ପୂରଣ କରିଥାନ୍ତି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ଅଛି। ଏହି ହିମଶିଖରରେ ଏକ ଶିବ ମନ୍ଦିର ରହିଛି।

Share