Categories: ଫୁରସତ

ଏମିତି ସହର, ଦେଖିବାକୁ ଶିବଲିଙ୍ଗ ଆକାରର

ବିଶ୍ୱରେ ଏମିତି ଏକ ସହର ରହିଛି ଯାହା ଦେଖିବାକୁ ପୂରା ଶିବଲିଙ୍ଗ ଆକାରର। ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ସହର ହେଉଛି ୟୁରୋପର ଭାଟିକାନ୍‌ ସିଟି ବା ସହର। ଏହା ଦେଖିବାକୁ ଅବିକଳ ‘ଶିବଲିଙ୍ଗ’ ଆକାରର। ଐତିହାସିକ ପିଏନ୍‌ ଓକ୍‌ ଏ ସମ୍ପର୍କରେ ଏକ ଯୁକ୍ତି ବାଢ଼ିଛନ୍ତି। ଯେତେବେଳେ ଆପଣ ଭାଟିକାନ୍‌ ସିଟିର ଚତୁଃପାର୍ଶ୍ୱକୁ ଦେଖିବେ ଜଣାପଡ଼ିବ ଯେ, ଏହା ଶିବଲିଙ୍ଗ ଆକାରର। ଯଦି ଧ୍ୟାନ ସହକାରେ ଦେଖିବେ ସହର ଏକ ପ୍ରକାର ତ୍ରିପୁଣ୍ଡ(ଭଗବାନ ଶିବଙ୍କ ମୁଣ୍ଡରେ ଥିବା ତିନୋଟି ଗାର) ସଦୃଶ ଦେଖାଯାଉଛି। ଯାହା ସିଧା ଭଗବାନ ଶିବଙ୍କ ସହ ସମ୍ପର୍କ ଥିବା ସୂଚାଉଛି। ପିଏନ୍‌ ଆଉ ଏକ ଯୁକ୍ତି ବାଢ଼ିଛନ୍ତି ଯେ, ଭାଟିକାନ୍‌ ସଂସ୍କୃତର ଏକ ଶବ୍ଦ ଭାଟିକା (vatika)ରୁ ଆସିଛି। ଖ୍ରୀଷ୍ଟୀୟାନଙ୍କ ପୂର୍ବରୁ ଏହି ସହର ହିନ୍ଦୁମାନଙ୍କର ଧାର୍ମିକ ସ୍ଥଳ ଥିଲା। ଯେତେବେଳେ ସହର ଖୋଳା ଯାଇଥିଲା। ସେହି ସମୟରେ ଏକ ଶିବଲିଙ୍ଗ ମିଳିଥିଲା। ଏହି ଶିବଲିଙ୍ଗକୁ ଇଟ୍ରସ୍କେନ୍‌ ସଂଗ୍ରାହାଳୟରେ ରଖାଯାଇଛି।

Share